banner
Breaking

ବାଧ୍ୟତାମୂଳକ ହେଲା ପଲ୍ୟୁସନ ସାର୍ଟିଫିକେଟ। ଅକ୍ଟୋବର ୧ ରୁ ଲାଗୁ

0

ଭୁବନେଶ୍ୱର୨୪/୯(ବ୍ୟୁରୋ): ଅକ୍ଟୋବର ୧ ତାରିଖରୁ ସବୁ ଗାଡ଼ି ପାଇଁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ। ଏହି ସାର୍ଟିଫିକେଟ୍ ‘VAHAN’ରେ ଅପ୍‌ଲୋଡ୍‌ ହୋଇଥିବା ଆବଶ୍ୟକ। ସେହିପରି କୌଣସି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଅକ୍ଟୋବର ପହିଲାରୁ ମାନୁଆଲ୍ ସାର୍ଟିଫିକେଟ୍ ଜାରି କରିପାରିବେ ନାହିଁ। ତେବେ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଜାରି କରାଯାଇଥିବା ମାନୁଆଲ୍ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍‌ (ପିୟୁସି) ସାର୍ଟିଫିକେଟ୍‌ଗୁଡ଼ିକୁ ଗ୍ରହଣ କରାଯିବା। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଗାଡ଼ି ମାଲିକମାନେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଛାଡ଼ ପାଇବେ। ଲୋକମାନେ mParivan APPରେ ସେମାନଙ୍କ ଅନ୍‌ଲାଇନ୍ ସାର୍ଟିଫିକେଟ୍ ଦେଖାଇବାର ସୁବିଧା ରହିବ। ସେମାନେ ହାର୍ଡକପି ଧରି ସବୁବେଳେ ବୁଲିବାର ଆବଶକତା ନାହିଁ।
ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ ଦୁଇ ଓ ତିନି ଚକିଆ ଯାନର ପଲ୍ୟୁସନ୍ ଟେଷ୍ଟିଂ ପାଇଁ ୬୦ ଟଙ୍କା ଓ ହାଲୁକା ୪ ଚକିଆ ଯାନ ପାଇଁ ଶହେ ଟଙ୍କା ଏବଂ ମଧ୍ୟମ ଓ ଭାରି ଯାନ ପାଇଁ ୧୫୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଥିବା କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.