banner
Breaking

୧୦ ମାସ ହେବ ପଇସା ନପାଇ ଧାରଣାରେ ବସିଲେ ଶ୍ରମିକ। ଏନବିସିସିର ଶ୍ରମିକ ମାରଣ ନୀତି।

0

ଭୁବନେଶ୍ୱର,୧୫/୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ପ୍ରେସଛକ ନିକଟରେ ଥିବା ଏନବିସିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶହଶହ ଶ୍ରମିକ। ସୂଚନା ଅନୁସାରେ ଏନବିସିସିର ଠିକା କଣ୍ଟ୍ରାକ୍ଟରଙ୍କ ଅଧିନରେ କାମ କରୁଥିବା ଶ୍ରମିକମାନେ ଦୀର୍ଘ ଦିନ ହେବ ମଜୁରୀ ନପାଇ ଆଜି ଅନଶନରେ ବସିଥିଲେ। ଅପରାହ୍ନରେ କମ୍ପାନୀ ପକ୍ଷରୁ ୧୫ ଦିନ ମଧ୍ୟରେ ପେମେଂଟ କରିବାର ପ୍ରତିଶ୍ରୁତି ଦିଆଯିବାରୁ ଶ୍ରମିକ ମାନେ ଆନ୍ଦୋଳନରୁ ଓହରିଛନ୍ତି।
ସୂଚନାଯୋଗ୍ୟ ୨୦୧୯ ମସିହା ଡିସେମ୍ବର ମାସରେ କଟକ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଓ୍ବେସ୍ଟଣ୍ଡଇଜ ମ୍ୟାଚ ପାଇଁ ପଡିଆ ଓ ଗ୍ୟାଲେରୀ କାମ ଏନବିସିସି କଣ୍ଟ୍ରାକ୍ଟରଙ୍କୁ କାମ ଦେଇଥିଲା। କଣ୍ଟ୍ରାକ୍ଟର ମାନେ ଅଧିକ ସ°ଖ୍ୟକ ଶ୍ରମିକ ଲଗାଇ ମାସକର କାମକୁ ପନ୍ଦର ଦିନ ଭିତରେ ସାରିଥିଲେ। ଯେଉଁଥି ପାଇଁ ଓସିଏ ପକ୍ଷରୁ ଉନ୍ନତ ମାନର କାମ ଦୃଷ୍ଟିରୁ ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କୁ ସାର୍ଟିଫିକେଟ ସହ ସମ୍ମାନିତ କରାଯାଇଥିଲା। କିନ୍ତୁ ଏନବିସିସି ୭ କୋଟି ଟଙ୍କାରୁ ଟଙ୍କା ଟିଏ ଦେଇ ନଥିଲା। ଫଳରେ ଶ୍ରମିକ ମାନେ ବାରମ୍ବାର ଟଙ୍କା ମାଗି ନିରାଶ ହୋଇଥିଲେ। କଣ୍ଟ୍ରାକ୍ଟର ବାରମ୍ବାର ଅଫିସ ଦୌଡ଼ି ଦୌଡ଼ି ଆଜି କାଲିର ମିଛ ବାହାନା ଶୁଣି ନିରାଶ ହୋଇଥିଲେ। ଖାଲି ସେତିକି ନୁହେଁ ଉକ୍ତ ଦିନଠାରୁ ଏନବିସିସି ପଇସା ନଦେଇ ଓଡ଼ିଆ ଶ୍ରମିକ ଓ କଣ୍ଟ୍ରାକ୍ଟରଙ୍କୁ ହତାଦର କରି ବାହାର ରାଜ୍ୟରୁ ଶ୍ରମିକ ଆଣି କାମ କରୁଅଛି। ଯାହାଫଳରେ ଓଡିଶା ଶ୍ରମିକ କାମ ପାଇବାରୁ ବଞ୍ଚିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.