banner
Breaking

ଜେଲରୁ ବାହାରି ରାଲିକରି ୪ ଗିରଫ।

0

ଭୁବନେଶ୍ୱର,୧୫।୯ (ବ୍ୟୁରୋ)ଏୟାରଫିଲ୍ଡ ଥାନାଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଜାମିନ ମିଳିବା ପରେ ଗତ ଗୁରୁବାର ଝାରପଡ଼ା ଜେଲରୁ ମୁକୁଳିଥିଲେ। ବିନା ପୋଲିସ ଅନୁମତି ତଥା କୋଭିଡ୍‌ ନିୟମକୁ ଉଲ୍ଲଂଘନ କରି ସେମାନେ ବାଇକ୍‌ ଶୋଭାଯାତ୍ରା କରିଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ଏୟାରଫିଲ୍ଡ ଥାନା ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ୩ ବାଇକ୍‌ ଏବଂ ଗୋଟିଏ ଜିପ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରପଦାର କାଶୀନାଥ ବାରିକ, ରୋଶନ ଜେନା, ଜ୍ଞାନରଞ୍ଜନ ବଡ଼ଜେନା ଓ ଚିତ୍ତରଞ୍ଜନ ପ୍ରଧାନ। ଏନେଇ ଥାନାରେ ଏକ ମାମଲା (ନଂ.୧୭୮/୨୦)ରୁଜୁ କରିଛି। ହେଲେ ଜାମିନରେ ଆସିଥିବା ୪ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅମରେଶ ହତ୍ୟା ମାମଲାରେ ପୋଲିସର ଦୁର୍ବଳ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ ଅନୁକମ୍ପା ଦେଖାଇ କୋହଳ ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିଥିଲେ। ଫଳରେ ୪ ଅଭିଯୁକ୍ତ ଜାମିନ ପାଇଥିଲେ। ପୋଲିସ ଜାଣିଶୁଣି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ବଦଳାଇବା ପାଇଁ ଚାପ ପକାଇଥିବା ଅମରେଶଙ୍କ ପରିବାର ଏବଂ ସାଙ୍ଗମାନେ କହିଛନ୍ତି। ଏନେଇ ଡିସିପି ଡା.ଉମାଶଙ୍କର ଦାଶ କହିଛନ୍ତି, ପ୍ରଥମେ କୋର୍ଟଙ୍କ ଜାମିନ ଅର୍ଡରକୁ ପରଖିବୁ। କେଉଁ ଗ୍ରାଉଣ୍ଡରେ କୋର୍ଟ ଜାମିନ ଦେଲେ ତାହା ଦେଖିବା ପରେ ଆଇନ ବିଭାଗର ପରାମର୍ଶ ନେବୁ। ଯଦି ଆଇନରେ ସେଭଳି କିଛି ବାଟ ଥିବ ତେବେ ସେହି ଅନୁସାରେ ଅଭିଯୁକ୍ତମାନଙ୍କୁ ଜାମିନ ଖାରଜ ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିବୁ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.