banner
Breaking

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପାଇକ ମହାସଂଘ।

0

ଭୁବନେଶ୍ୱର,୬/୯(ଓଡ଼ିଆ ନ୍ୟୁଜ): ଇଂରେଜ ବିରୋଧି ଲଢେଇ ହେଉ ଅବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉ କିମ୍ବା ଦୁଃଖ, ଦୁର୍ଦଶା, ଭୋକିଲା ମଣିଷଙ୍କ ନିକଟରେ ପାଇକ ମାନେ ସାହାଯ୍ୟ କରିବାକୁ ସେମାନଙ୍କର କର୍ତ୍ତବ୍ୟ ବୋଲି ମନେକରନ୍ତି । ଏହି ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ନିଖିଳ ଓଡ଼ିଶା ପାଇକ ମହାସଂଘ । ଗତକାଲି ବନ୍ୟାର ତାଣ୍ଡବରେ ପାଣିଘେରରେ ଭୋକ ଉପାସ ଛାତ ଉପରେ, ବନ୍ଧ ଉପରେ ଖରା, କାକର, ବର୍ଷା ଭିତରେ ପଡ଼ି ରହିଥିବା ଗାଁ ଦେକନ୍ଧା, ଶିମିଳି ପାଟଣା, ଘରଛିଆ, ମାଟିଆ ପଡ଼ା ପ୍ରଭୃତି ପାଣିଘେରରେ ରହିଥିବା ଗ୍ରାମବାସୀଙ୍କ ନିକଟରେ ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟସଭାପତି ଅଶୋକ ପାଲଟାସିଂହ ନେତୃତ୍ୱରେ ପାଇକମାନେ ରିଲିଫ୍ ବଣ୍ଟନ କରିଥିଲେ । ଡ଼ଙ୍ଗା ସାହାଯ୍ୟରେ ପ୍ରତ୍ୟେକ ଅଞ୍ଚଳକୁ ଗ୍ରସ୍ଥ କରି ଶୁଖିଲା ଖାଦ୍ୟ, ଦିଆସିଲି, ମଶାତେଲ, ଧୂପ, ପାଉରୁଟି, ବିସ୍କୁଟ୍‌, ଫଳରସ ପ୍ୟାକେଟ୍‌, ପାଣି ବଟଲ୍‌, ମସଲା ବଟା ପ୍ୟାକେଟ୍ ପ୍ରଭୃତି ବଣ୍ଟନ କରାଯାଇଥିଲା । ପ୍ଲାନେଟ୍ ଡ଼େଭଲପ୍‌ମେଣ୍ଟ ଫାଉଣ୍ଡେସନ୍‌ର ସମ୍ପାଦକ ସତ୍ୟଜିତ୍ ମହାନ୍ତି ଓ ଅଧିବକ୍ତା ବେହେରା ଭବାନୀ ଶଙ୍କର ନାୟକ ବରିଷ୍ଠ ଯୁବ ସାମ୍ବାଦିକ ରାଜୀବ ନୟନ ରଥ ସହାୟତାର ହାତ ବଢାଇଥିଲେ । ଦୁଃଖ ଏବଂ ପରିତାପର ବିଷୟ କରୋନା ମହାମାରୀ ସମୟରେ କରାଳ ବନ୍ୟା ଏହି ଅଞ୍ଚଳରେ ଜନସାଧାରଣଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି । ଶହ ଶହ ଏକର ଚାଷଜମି ନଷ୍ଟ ହୋଇଯାଇଛି । ପରିବା ଚାଷିଙ୍କ ମୁଣ୍ଡ ଉପରେ ବଜ୍ର ପଡ଼ିଛି । ଏହି ଅବସରରେ ପାଇକ ମହାସଂଘ ପକ୍ଷରୁ ରାଜ୍ୟସରକାରଙ୍କୁ ଦାବି କରାଯାଇଛି ଏହି ଅଂଚଳରେ ଚାଷି ମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବାପାଇଁ । ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପାଇକ ମହାସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ଏହି ଅଂଚଳର ଦଳବେହେରା ନିରଞ୍ଜନ ପଶ୍ଚିମ କବାଟ, ମନୋରଞ୍ଜନ ପଶ୍ଚିମ କବାଟ, ପାଇକ ବିଶାରଦ କେଦାର ଦାସ, ରାଜ୍ୟ ଉପଦେଷ୍ଟା ବିଭୁତି ସ୍ୱାଇଁ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିଆରସିଂହ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ସମ୍ପାଦକ ବିଜୟ ବେହେରା, ସମାଜସେବୀ ସମରଂଜନ ମହାନ୍ତି, ପ୍ରଭାକର ପାଲଟାସିଂହ, ପ୍ରଦୀପ୍ତ ମାନସିଂହ, ବିନୋଦ ମାଝି ପ୍ରଭୁଖ ଯୋଗ ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.