banner
Breaking

ଆସନ୍ତା ୮ ତାରିଖରୁ +୩ ନାମଲେଖା ପାଇଁ ଆବେଦନ।

0

ଭୁବନେଶ୍ୱର,୫/୯(ଓଡ଼ିଆ ନ୍ୟୁଜ):ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ଇ-ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା । ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ପ୍ରକାଶିତ ହୋଇଛି ବିଜ୍ଞପ୍ତି ।  ସୂଚନା ଅନୁସାରେ ପ୍ରଥମ ମେରିଟ ଲିଷ୍ଟ ଆସନ୍ତା ୨୮ ତାରିଖରେ ପ୍ରକାଶ ପାଇବ ଏବଂ ସେହିଦିନଠାରୁ ନାମଲେଖା ନିମନ୍ତେ ଫି’ ଅନଲାଇନରେ ଜମା କରାଯାଇ ପାରିବ ।  ସେହିପରି ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରିଛି। ଏଥିସହିତ ସେହି ୮ ତରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ ହୋଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି।

Khansweb Solution Bhubaneswar

Leave A Reply

Your email address will not be published.