banner
Breaking

ବେବିନା ମହାଲିକ ମହିଳା ସମାଜରେ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି : ମାନ୍ୟବର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

0

ଭୂବନେଶ୍ୱର,ତା.୨୪/୦୯: ନିଜର ଅସୀମ ସାହାସ ପ୍ରଦର୍ଶନ ସହ ଉପଯୁକ୍ତ ମୁକାବିଲା କରି ଅଶ୍ଳୀଳ ବ୍ୟବାହାର କରୁଥିବା ଯୁବକଙ୍କୁ ଦିନ ଦ୍ୱିପ୍ରହରରେ ରାସ୍ତା ଉପରେ କାବୁ କରିବା ସହ ଧରା ପକାଇ ଚର୍ଚ୍ଚିତା ହୋଇଥିବା ବେବିନା ମହାଲିକଙ୍କୁ ଓଡିଶା ଗସ୍ତରେ ଥିବା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅଭିନନ୍ଦନ ଜଣାଇଛନ୍ତି । ସୁଶ୍ରୀ ମହାଲିକ ଆଜି ମାନ୍ୟବର ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ ଭୂବନେଶ୍ୱରସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ । ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଶ୍ରୀ ହରିଚନ୍ଦନ ସୁଶ୍ରୀ ମହାଲିକଙ୍କୁ ତାଙ୍କର ଅସୀମ ସାହାସ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ । ନିଜର ଉପସ୍ଥିତ ବୁଦ୍ଧି ଏବଂ ଅସୀମ ସାହାସ କାରଣରୁ ସୁଶ୍ରୀ ମହାଲିକ ଆଜି ମହିଳା ସମାଜରେ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ମାନ୍ୟବର ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଏହି ଅବସରରେ କହିଛନ୍ତି । ଏହି ଅବସରରେ ସମାଜସେବୀ ଓ ମଧ୍ୟ ଭୂବନେଶ୍ୱର ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.