banner
Breaking

ଆଦିତ୍ୟ ମୃତ୍ୟୁ ଘଟଣାରେ ନୂଆ ରହସ୍ୟ।

0

ମାନବପ୍ରେମୀ ଆଦିତ୍ୟ ଦାଶ ଆତ୍ମହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ଘଟଣାରେ ତାଙ୍କର ଜଣେ ପୂର୍ବତନ ପ୍ରେମିକାଙ୍କ ଆବିର୍ଭାବ ଓ ପ୍ରେମ ସମ୍ପର୍କକୁ ସ୍ବୀକାର କରିବା ପରେ ମାମଲା ତଦନ୍ତକାରୀ ଅଧିକାରୀଙ୍କ ନିମନ୍ତେ ଅଧିକ ରହସ୍ୟମୟ ହୋଇ ପଡ଼ିଛି । ଫେସବୁକ୍ ବନ୍ଧୁତାରୁ ପ୍ରେମିକା ପାଲଟିଥିବା ବାଲେଶ୍ବରର ଏହି ଯୁବତୀଙ୍କ ନାଁ ଚିନ୍ମୟୀ ମହାପାତ୍ର ବୋଲି କୁହାଯାଉଛି । ଚିନ୍ମୟୀ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ତାଙ୍କର ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ବୀକାର କରିଥିଲେ ହେଁ ତାଙ୍କ ଆତ୍ମହତ୍ୟାକୁ ନେଇ ସନ୍ଦେହପ୍ରକଟ କରିଛନ୍ତି ।

ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ ବିବାହ କରିବା ପୂର୍ବରୁ ତାଙ୍କୁ ପ୍ରେମ କରୁଥିବା ଚିନ୍ମୟୀ ଦାବି କରିଛନ୍ତି । ଫେସବୁକରୁ ସେମାନଙ୍କର ବନ୍ଦୁତା ହୋଇଥିଲା ଓ ତାହା ପରେ ପ୍ରେମ ସମ୍ପର୍କରେ ରୂପାନ୍ତରିତ ହୋଇଥିଲା । ସେ ଆଦିତ୍ୟଙ୍କ ଆଶ୍ରମକୁ ବହୁବାର ଯାଇଥିବା ସ୍ବୀକାର କରିଛନ୍ତି । ମାତ୍ର ଆଦିତ୍ୟଙ୍କ ବିବାହ ପରେ ତାଙ୍କ ସହ କୌଣସି ସମ୍ପର୍କ ନ ଥିବା ସେ କହିଛନ୍ତି ।

ତେବେ ଆଦିତ୍ୟଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ତାହା ଏବେ ମଧ୍ୟ ଅନ୍ଧାରରେ ରହିଛି ।କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଯେ  ସବୁ ଦିଗକୁ ଧରି ତଦନ୍ତ ଜାରି ରହିଛି, ଯେଉଁମାନଙ୍କ ନାଁ ସାମ୍ନାକୁ ଆସୁଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ।

Khansweb Solution Bhubaneswar

Leave A Reply

Your email address will not be published.