banner
Breaking

ମୃତ୍ୟୁର ମରଣଯନ୍ତା ପାଲଟିଛି ନାଲକୋ ଛକ। ଚାରି ଛକରେ ଚାଲିଗଲା ୪ ଜୀବନ।

0

ଭୁବନେଶ୍ୱର,୨୭/୮(ବ୍ୟୁରୋ): ଚନ୍ଦ୍ରଶେଖରପୁରର ପ୍ରମୁଖ ଟ୍ରାଫିକ ଛକ କୁହାଯାଉଥିବା ନାଲକୋ ବା କଳିଙ୍ଗ ହସ୍ପିଟାଲ ଛକ ପାଲଟିଛି ମୃତ୍ୟୁର ମରଣଯନ୍ତା।ଏହି ଚାରି ଛକରେ ସଡକ ଦୁର୍ଘଟଣାରେ ଗଲାଣି କାହିଁ କେତେ ଜୀବନ। ବୁଧବାର ରାତି ଅଧରେ ଆଚାର୍ଯ୍ୟ ବିହାର ପଟୁ ସୈନିକ ସ୍କୁଲ ହୋଇ ଆସୁଥିବା କାର (OD 33Y 3649)କୁ ନନ୍ଦନକାନନ ପଟରୁ ଦୃତ ଗତିରେ ଆସୁଥିବା କାର(OD 02AA 8100)ଟି ଧକ୍କା ଦେବା ଫଳରେ ଚାରିଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ ନୀଳାଦ୍ରି ବିହାର ରହୁଥିବା ବରଦା ପ୍ରସାଦ ପରିଡା ଏକ ଘରୋଇ କମ୍ପାନୀରେ କାମ କରନ୍ତି। ମଙ୍ଗଳବାର ଦିନ ସକାଳେ ଅଫିସ କାମରେ ବାଲେଶ୍ବର ଯାଇଥିଲେ।ଅଫିସ କାମ ସାରି ବୁଧବାର ରାତିରେ ଦୁଇଜଣ ବନ୍ଧୁଙ୍କ ସହିତ ଭୁବନେଶ୍ୱର ଅଭିମୁଖେ ଫେରୁଥିଲେ। କୁଆଖିଆ ଠାରୁ ବନ୍ଧୁଙ୍କ ପତ୍ନୀ ସଞ୍ଜୁଲତା ଦାସ ଓ ମାତା ସାବିତ୍ରୀ ଦାସ ମଧ୍ୟ ଆସିଥିଲେ। ଭୁବନେଶ୍ୱରର ଆଚାର୍ଯ୍ୟ ବିହାର, ସୈନିକ ସ୍କୁଲ ହୋଇ ନାଲକୋ ଛକ ବୁଲାଣି ବୁଲିବା ସମୟରେ ଡମଣା ଛକପଟୁ ଦୃତଗତିରେ ଆସୁଥିବା କାର ଡ୍ରାଇଭି° କରୁଥିବା ବରୋଦାଙ୍କ ସିଟ୍ ପାଖରେ ପିଟିଥିଲା। ଘଟଣା ସ୍ଥଳରେ ଚାରି ଛକରେ ନିମିଷକ ମଧ୍ୟରେ ଚାରୋଟି ଜୀବନ (ବରୋଦା ପ୍ରସାଦ ପରିଡା, ପ୍ରିୟବ୍ରତ ଦାସ,ଦେବ ରଞ୍ଜନ ଦାସ,ସୁଭଦ୍ରା ଦାସ) ଚାଲି ଯାଇଥିଲା। ସଞ୍ଜୁଲତା ଦାସ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ। ଘଟଣା ସ୍ଥଳରେ ସ୍ବାମୀ ଘନଶ୍ୟାମ ଦାସ(କୁନା) ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ଦୁଇଟି ଗାଡି ଜବତ କରିବା ସହିତ। ସମସ୍ତଙ୍କୁ ହସ୍ପିଟାଲ ନେଇଥିଲେ।ସେଠାରେ ଡାକ୍ତର ଚାରିଜଣଙ୍କର ମୃତ୍ୟୁ ଘୋଷଣା କରିଥିଲେ।ସଞ୍ଜୁଲତା ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.