banner
Breaking

ଉତ୍ତର ବିଧାୟକଙ୍କ ଦ୍ଵାରା ମାରାଥନ ଉଦଘାଟନ ଓ ଶିଳାନ୍ୟାସ।

0

ଭୁବନେଶ୍ୱର,୧୪/୮(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ସ୍ଥିତ ୮ନମ୍ବର ୱାର୍ଡରେ ଉତ୍ତର ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ମାରାଥନ ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି ।

ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଅନ୍ୟ ଦୁଇଟିର ଶୁଭ ଉଦ୍‌ଘାଟନ କରିଛନ୍ତି । ଏଥିରେ ଡିଷ୍ଟ୍ରିକ୍ଟ ସେରରୁ ପାଣିଟାଙ୍କି ପର୍ଯ୍ୟନ୍ତ ୩୮ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ରାସ୍ତାର ଶୁଭ ଉଦ୍‌ଘାଟନ,

ଚନ୍ଦ୍ରଶେଖରପୁର ହାଉସି°ବୋର୍ଡ କଲୋନୀ ଠାରେ ଏକ କମୁନିଟି ଗୃହର ଶୁଭ ଉଦ୍‌ଘାଟନ ଓ ଏମ୍‌.ଆଇ.ଜି ଏବଂ ଏଲ୍‌.ଆଇ.ଜି କଲୋନୀ ଠାରେ ଦୁଇଟି ରାସ୍ତାର ଶିଳାନ୍ୟାସ ରହିଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ କର୍ପୋରେଟର ମୋନାଲିସା ସାହୁ, ସମାଜସେବୀ ମନୋଜ ସାହୁ, ବରିଷ୍ଠ ନାଗରିକ ସଂଘର ସଭାପତି ମଧୁମାଧବ ଜେନା, ଆଇନଜୀବୀ ସମରେନ୍ଦ୍ର ସାହୁ, ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ରଜତ କୁମାର କର, ସଂପାଦକ ସତ୍ୟ ନାରାୟଣ ମହାନ୍ତି, ୮ନଂ ୱାର୍ଡର ସଭାପତି ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

କରୋନା କଟକଣା ପରିସ୍ଥିତିରେ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଉକ୍ତ ଅଞ୍ଚଳର ଲୋକମାନେ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.