banner
Breaking

ମାଟ୍ରିକ ଟପରଙ୍କୁ ଶୁଭେଚ୍ଛା ଜଣାଇଲେ ଉତ୍ତର ବିଧାୟକ।

0

ଭୁବନେଶ୍ୱର,୧୩/୮(ଓଡ଼ିଆ ନ୍ୟୁଜ):ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଆଇ ଆର ସି ଭିଲେଜ ହାଇସ୍କୁଲର ଦୁଇଜଣ ଛାତ୍ରଛାତ୍ରୀ ଅପର୍ଣ୍ଣା ମହାରଣା(୯୦%) ଓ ଜଗବନ୍ଧୁ ମହାରଣା ୯୨% ରୁ ଉର୍ଦ୍ଧ୍ବ ନମ୍ବର ରଖି ଟପର ହୋଇଛନ୍ତି। ସୁବିଧା ଅସୁବିଧାରେ ଓ ସୁଖରେ ଦୁଖଃରେ ଲୋକଙ୍କ ପାଖରେ ପହଞ୍ଚୁଥିବା ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ଆଜି ସେମାନଙ୍କ ଜୟଦେବ ବିହାର ଓ ସାଲିଆ ସାହି ସ୍ଥିତ ବାସଭବନରେ ପହଞ୍ଚି ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ କିଛି ଆର୍ଥିକ ସାହାଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନନ୍ଦା ମେକାତ ଓ ଉଭୟ ଓ୍ବାଡର ପୂର୍ବତନ କର୍ପୋରେଟର ସୁଭ୍ରା°ଶୁ ଶେଖର ପଟ୍ଟନାୟକ, ପ୍ରେମାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.