banner
Breaking

ଉତ୍ତର ନିର୍ବାଚନ ମଣ୍ଡଳୀର ଭରତପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ।

0

ଭୁବନେଶ୍ୱର,୧୦/୮(ଓଡ଼ିଆ ନ୍ୟୁଜ):ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି।ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ୧୫ ତାରିଖ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦିବସ। ଏହି ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡିଆ ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ୨୨,୨୫ ଓ ୧୫ ନମ୍ବର ଓ୍ବାର୍ଡର ଯୁବକମାନେ ସ୍ବେଚ୍ଛାକୃତ ଭାବେ ସାମାଜିକ ଦୂରତା ମାଧ୍ୟମରେ ରକ୍ତଦାନ କରିଥିଲେ।ଏଥିରେ ୪୦ ୟୁନିଟ ରକ୍ତ ସ°ଗୃହୀତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁବାଷ ଚନ୍ଦ୍ର ପାତ୍ର, ପ୍ରକାଶ ତ୍ରିପାଠୀ,ଅମରେଶ ଜେନା, ସମୀର ପ୍ରଧାନ,ଭାରତୀ ସି°, ହରେକୃଷ୍ଣ ନାୟକ,ଆଲୋକ ପାଣିଗ୍ରାହୀ, ସୁଲେଖ ରଥ, କୁନାଲ ରାଉତ, ମିହିର ରାଉତ,ମାନସୀ ରାଣୀ ସୁନ୍ଦରାୟ, ଅଶ୍ବିନୀ ସୁନ୍ଦରାୟ,ମଣ୍ଟୁ ନନ୍ଦ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ପ୍ରକାଶ ଥାଉକି ଲକଡାଉନ ସମୟରେ ବିଧାୟକ ଶ୍ରୀଯୁକ୍ତ ରାଉତଙ୍କ ନେତୃତ୍ବରେ ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୫୦୦ ୟୁନିଟରୁ ଉର୍ଦ୍ଧ୍ବ ରକ୍ତ ସ°ଗୃହୀତ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.