banner
Breaking

ନୀଳାଦ୍ରିବିହାର ଠାରେ କୁମାର ବିଶ୍ୱରଞ୍ଜନଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ଓ ପୂର୍ବତନ ବିଧାୟକ।

0

ଭୁବନେଶ୍ୱର, ୯/୮(ଓଡ଼ିଆ ନ୍ୟୁଜ):ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରି ବିହାରରେ ରହୁଥିବା ବେଣୁଧର ଭୋଳ ଓ ମିନତୀ ଭୋଳଙ୍କ ସୁପୁତ୍ର କୁମାର ବିଶ୍ୱରଞ୍ଜନ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ହେଉଥିବା ଏହି ପରୀକ୍ଷାରେ ୧୮୨ ତମ ସ୍ଥାନରେ ରହି ଓଡିଶା ଏବଂ ନୀଳାଦ୍ରି ବିହାର ପାଇଁ ଗର୍ବ, ଗୌରବ ଓ ସମ୍ମାନ ଆଣିଛନ୍ତି । ଏଭଳି ସଫଳତା ପରେ ନବ ନର୍ବାଚିତ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଭୁବନେଶ୍ୱର (ଉତ୍ତର) ପୂର୍ବତନ ବିଧାୟକ ତଥା ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ବିଶିଷ୍ଟ ନାରୀ ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ରୋଜାଲିନ୍ ପାଟ୍ଟଶାଣୀ ଓ ସ୍ଥାନୀୟ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ସଭାପତି ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସଧାରଣ ସଂପାଦକ ଓ ଯୁବ ସମାଜସେବୀ ଶ୍ରୀ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ) ପ୍ରମୁଖ ତାଙ୍କ ବାସଗୃହକୁ ଯାଇ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି । ଶ୍ରୀ ସୁଜିତ୍ କୁମାର ଏହି ପରିପ୍ରେକ୍ଷିରେ କହିଛନ୍ତି ଯେ ବିଶ୍ୱରଞ୍ଜନଙ୍କ ସଫଳତା କେବଳ ଭୁବନେଶ୍ୱର ନୁହେଁ ସାରା ରାଜ୍ୟ ପାଇଁ ଗୌରବର ବିଷୟ । ନିମ୍ନ ମଧ୍ୟବିତ୍ତ ପରିବାର ପିଲା କଠିନ ପରିଶ୍ରମ କରି କିଭଳି ସଫଳତାର ଶୀର୍ଷରେ ପହଞ୍ଚି ହୁଏ ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛନ୍ତି କୁମାର ବିଶ୍ୱରଞ୍ଜନ । ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କିଭଳି ସଫଳତା ପାଇବା ପାଇଁ ଅର୍ଥ ଓ ଆଡମ୍ବରପୂର୍ଣ୍ଣ ଜୀବନଯାପନ ଆବଶ୍ୟକ ନୁହେଁ ତହାର ଏକ ଅନନ୍ୟ ଦୃଷ୍ଟାନ୍ତ କୁମାର ବିଶ୍ୱରଞ୍ଜନ । ନାରୀ ନେତ୍ରୀ ଶ୍ରୀମତୀ ରୋଜାଲିନ୍ ଆଗମୀ ଦିନରେ ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏବଂ ଅର୍ଥାଭାବରୁ ଯେଭଳି ପାଠପଢାରେ କୌଣସି ବାଧା ନ ଉପୁଜେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ କରି ଏହାକୁ ଦୃଷ୍ଟି ଦେବା ଆବଶ୍ୟକ ବୋଲି ତାଙ୍କ ମନ୍ତବ୍ୟରେ କହିଥିଲେ । ସଂଘର ସଭାପତି ଡ. ପ୍ରକାଶ ଓ ସାଧାରଣ ସଂପାଦକ ଓ ସମାଜସେବୀ ବିଶ୍ୱଜିତ୍ କହିଛନ୍ତି ଏହା ଆମ ଅଞ୍ଚଳ ନୀଳାଦ୍ରିବିହାରକୁ ରାଜ୍ୟରେ ପରିଚିତ କରାଇବା ପାଇଁ ଅତ୍ୟନ୍ତ ସହାୟକ ହେବ ଓ ଏହା ଆମ ପାଇଁ ସମ୍ମାନ ଓ ଗୌରବର ବିଷୟ ଅଟେ । ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଶୁଭେଚ୍ଛୁଙ୍କ ପରାମର୍ଶ ଏବଂ ନିଜର ନିଷ୍ଠାପର ଉଦ୍ୟମ ପାଇଁ ଆଜି ସେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ଏହାକୁ ଆଧାର କରି ଆଗମୀ ଦିନରେ ସମାଜରେ ବସବାସ କରୁଥିବା ସାଧାରଣ ଲୋକ, ଦରିଦ୍ର ଓ ନିଷ୍ପେଷିତ ଲୋକଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବେ ବୋଲି ଆମର ଆଶା ଓ ବିଶ୍ୱାସ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଜ୍ଜୁନ ଦେହୁରୀ, ଗୋବିନ୍ଦ କୁମାର ବିଶ୍ବାଳ, ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । କୁମାର ବିଶ୍ୱ ରଞ୍ଜନ ତାଙ୍କ ମନ୍ତବ୍ୟରେ ସେ ପଢୁଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପିତାମାତା ଓ ସ୍ଥାନୀୟ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସହଯୋଗ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.