banner
Breaking

ରାଜଧାନୀରେ ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଚୋର।

0

ଭୁବନେଶ୍ଵର,୨/୮(ଓଡ଼ିଆ ନ୍ୟୁଜ): ରାଜଧାନୀରେ ଯେଉଁ ମାତ୍ରାରେ କରୋନା ବଢୁଛି ସେହି ମାତ୍ରାରେ ଲୁଟପାଟ ହେଉଛି। ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦେଖାଦେଇଛି । କରୋନା ଗାଇଡଲାଇନକୁ କଡାକଡି ପାଳନ କରିବା ଉପରେ ପୁଲିସ ଧ୍ୟାନ ଦେଉଥିବା ବେଳେ ଲୁଟେରାମାନେ ଖୁଲମଖୁଲା ଲୁଟ୍‌ କରିଚାଲିଛନ୍ତି । ବର୍ତ୍ତମାନ ଲୁଟେରାଙ୍କ ଠାରୁ ପୁଲିସ ମଧ୍ୟ ବର୍ତ୍ତି ପାରୁନାହିଁ । ଗତ କିଛି ଦିନ ତଳେ ଭୁବନେଶ୍ଵରର ଜଣେ ଭିଜିଲାନ୍ସ ଡିଏସପିିଙ୍କ ବେକରୁ ଚେନ୍ ଛଡାଇ ନେବା ପରେ ଆଜି ୟୁନିଟ-୩ର ଜଣେ ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ ।

ସୂଚନା ମୁତାବକ ୟୁନିଟ-୩ ଅଞ୍ଚଳରେ ରହୁଥିବା ଓଡିଆର ସମ୍ମାନର ସମ୍ପାଦକ ତଥା ସ୍ତମ୍ଭକାର ସୌଭାଗ୍ୟ ରଞ୍ଜନ ମହାନ୍ତିଙ୍କ ମେନ୍‌ ଗେଟ୍ ଓ ଘରର ତାଲା ଭାଙ୍ଗି ଲୁଟେରାମାନେ ଲୁଟ କରିଛନ୍ତି । ଚୋରୀ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ ଚଳାଇଛି ।

ସୂଚନାଯୋଗ୍ୟ ଗତକିଛି ଦିନ ତଳେ ରାଜଧାନୀରେ ଜଣେ ଭିଜିଲାନ୍ସ ଡିଏସପିିଙ୍କ ବେକରୁ ତାଙ୍କ କ୍ବାଟର ଆଗରୁ ଚେନ୍‌ ଛଡାଇ ନେଇଥିଲେ ଦୁର୍ବୃତ୍ତ । ତେବେ ଭୁବନେଶ୍ଵରରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୃଭାବ ବଢିବାରେ ଲାଗିଛି । ଯାହା ପୁଲିସପାଇଁ ଚିନ୍ତା ବଢାଇ ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.