banner
Breaking

ଭୁବନେଶ୍ୱରରେ ଆଜି ପୁଣି ୫୧ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୧୪/୭(ଓଡ଼ିଆ ନ୍ୟୁଜ):ଭୁବନେଶ୍ୱରରୁ ଆଜି ପୁଣି ୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୫ ଜଣ ଥିଲାବେଳେ ସ୍ଥାନୀୟ ଅଞ୍ଚଳରୁ ୧୬ ଜଣ ଅଟନ୍ତି।

୧୬ ଜଣ ଲୋକାଲ୍ ଆକ୍ରାନ୍ତଙ୍କ ମଧ୍ୟରେ ସରକାରୀ ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା କର୍ମଚାରୀ,ଚନ୍ଦ୍ରଶେଖରପୁର ୭ମ ବାଟାଲିଅନ ନିକଟରୁ ୨ ଜଣ, ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ପୁରୁଷ, ଭରତପୁର ଅଞ୍ଚଳରୁ ଜଣେ ମହିଳା, କଳିଙ୍ଗବିହାର ଅଞ୍ଚଳରୁ ୨ ମହିଳା, ଖାରବେଳନଗରରୁ ଜଣେ ମହିଳା, ଶାସ୍ତ୍ରୀନଗରରୁ ଜଣେ ପୁରୁଷ, ୟୁନିଟ-୬ ଗଙ୍ଗନଗର ଅଞ୍ଚଳର ୨ ଯୁବକ, ଶାସ୍ତ୍ରୀନଗରର ଜଣେ ମହିଳା, ଝାରପଡ଼ାର ଜଣେ ଯୁବକ, ନୟାପଲ୍ଲୀର ଜଣେ ଯୁବତୀ ଓ ସଂପୃକ୍ତ ଅଞ୍ଚଳରୁ ଜଣେ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.