banner
Breaking

କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ

ମୃତ ସାମ୍ବାଦିକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୁରଣ ଦେବା ପାଇଁ ଦାବୀ ।

0

ଭୁବନେଶ୍ୱର ,୧୨/୦୭: ସମଗ୍ର ବିଶ୍ୱରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ଏଥିରୁ ବାଦ ପଡିନି ଓଡିଶା । ଏହାକୁ ପ୍ରତିହତ କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷପ ମାନ ନିଆ ଯାଉଛି । ଯାହାକୁ ଜନସାଧାରଣ ଙ୍କ ନିକଟରେ ପହାଇବାର ପ୍ରମୁଖ ଭୁମିକା ଗ୍ରହଣ କରିଛି ଗଣ ମାଧ୍ୟମ । ଏହାର ପ୍ରମୁଖ ସାରଥି ବା କରୋନା ଯୋଦ୍ଧା ପାଲଟିଛନ୍ତି ସାମ୍ବାଦି୍‌କ । ଯିଏକି ସ୍ୱଳ୍ପ ରୋଜଗାର ଭିତରେ ନିଜ ଜୀବନ ତଥା ପରିବାରର ଜୀବନକୁ ଅତିବିପଦରେ ପକାଇ ଖବର ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଯାହାଫଳରେ ବିଗତ ଦିନରେ ଏହି ମହାମାରୀର ପଞ୍ଝାରେ ପଶି ଆମ ଦେଶର ଅନେକ ସାମ୍ବାଦିକ ମୃତ୍ୟୁ ମୁଖରେ ପଡିଲେଣି । ଓଡିଶାର ପ୍ରଥମ ସାମ୍ବାଦିକ ଭାବେ ଗତ ୧୦ ତାରିଖରେ ମାନ୍ୟବର ମୁଖମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳିର ହିଞ୍ଜିଳି କାଟୁରେ ସମାଜ ପ୍ରତିନିଧି ଭାବେ କାର୍ଯ୍ୟକରୁଥିବା ସାମ୍ବାଦିକ ପ୍ରୀୟଦର୍ଶ୍ରୀ ପଟନାୟକଙ୍କର କରୋନା ଜନିତ ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି । ଯାହାକି ଓଡିଶାର ସମଗ୍ର ସାମ୍ବାଦିକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି କରିଛି ।ଆଜି କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ନିଜ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱର୍ଗତ ପ୍ରୀୟଦର୍ଶ୍ରୀ ପଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନଟି ନିରବ ପ୍ରାର୍ଥନା ଓ ପରିବାର ବର୍ଗଙ୍କୁ ସମବେଦନା ପ୍ରଦାନ କରାଯାଇଥିଲା । ଏହା ସହ ସରକାରଙ୍କ ତରଫରୁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବା ପାଇଁ ଦାବି କରାଯାଇଥିଲା । ସ୍ୱଳ୍ୱ ବେତନ ରେ କାର୍ଯ୍ୟକରୁଥିବା ସାମ୍ବାଦିକଙ୍କ ପାଇଁ ପରିବାରର ବୋଝ ସବୁବେଳେ ମୁଣ୍ଡ ଉପରେ ଥାଏ । ତାଙ୍କ ମୃତ୍ୟୁରେ ପରିବାର ସଦସ୍ୟ ତଳିତଳାନ୍ତ ହୋଇ ଯାଆନ୍ତି । କରୋନା ସମୟରେ ଅନ୍ୟରାଜ୍ୟରେ ସାମ୍ବାଦିକ ମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉଥିବା ବେଳେ ଓଡିଶା ରେ ଏହାର ବ୍ୟତିକ୍ରମ ଘଟୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୃତ ସାମ୍ବାଦିକଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ପୁର୍ବରୁ ଘୋଷଣା କରିଥିଲେ। ଘୋଷଣା ଅନୁସାରେ ମୁଖ୍ୟମନ୍ତ୍ରୀ ନିଜ କଥା ରକ୍ଷାକରି ଗତକାଲି୧୫ ଲକ୍ଷ ପ୍ରଦାନ ପାଇଁ ଘୋଷଣା କରିଥିବାରୁ ସ°ଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।କିନ୍ତୁ ଏହି ଅର୍ଥ ଗୋଟିଏ ପରିବାରର ଭରଣ ପୋଷଣ ପାଇଁ ଯଥେଷ୍ଟ ନୁହେଁ। ତେଣୁ ୧୫ ଲକ୍ଷ ବଦଳରେ ୫୦ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରିବା ପାଇଁ କଳିଙ୍ଗ ସାମ୍ବାଦିକ ଦାବି ଉପସ୍ଥାନ କରିଛି । ଏହା କାର୍ଯ୍ୟକାରି ହେଲେ ସମଗ୍ର ଓଡିଶା ରେ କାର୍ଯ୍ୟରତ ସାମ୍ବାଦିକ ପରିବାର ନିଜକୁ ସୁରକ୍ଷିତ ମନେ କରିବେ । ଏଥି ସହିତ ସଂପୃକ୍ତ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟକରି ମୃତ୍ୟୁ ମୁଖରେ ପଡିଥିବା ପ୍ରୀୟଦର୍ଶ୍ରୀଙ୍କ ପରିବାରରୁ ଜଣଙ୍କୁ ଚାକିରି ପ୍ରଦାନ ସହ କିଛି ଆର୍ଥିକ ସହାୟତା ସଂପୃକ୍ତ ସଂସ୍ଥା ପ୍ରଦାନ କରିବା ପାଇଁ ମଧ୍ୟ କଳିଙ୍ଗ ସାମ୍ବାଦିକ ଅନୁରୋଧ କରିଛି ।
ଏହି କାର୍ଯ୍ୟକ୍ରମରେ କଳିଙ୍ଗ ସାମ୍ବାଦିକ ସଂଘର ଳିଙ୍ଗରାଜ ରାଉତ,ସୁକାନ୍ତ ରାଉତ,ନିରଞ୍ଜନ ରେଡି ,ବିଦ୍ୟାଧର ବାରିକ ,ଗୈାରୀ ପ୍ରସାଦ ମହାନ୍ତି , ସ୍ମରଜିତ୍ ଆର୍ଯ୍ୟ ,ସଂଗ୍ରାମ କିଶୋର ଦାସ ,ଜଗନ୍ନାଥ ଭଞ୍ଜ , କମଳାକାନ୍ତ ନାୟକ ,ଦୁଷ୍ମନ୍ତ କୁମାର ଜେନା ଓ ମନୋରଞ୍ଜନ ମିଶ୍ର, ସୌଭାଗ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.