banner
Breaking

ଭୁବନେଶ୍ୱରରୁ ଆଜି ପୁଣି ୬୪ ଆକ୍ରାନ୍ତ ଚିହ୍ନଟ।

0

ଭୁବନେଶ୍ୱର,୧୨/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରୁ ଆଜି ପୁଣି ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୨୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୭୦୪କୁ ବୃଦ୍ଧି ପାଇଛି।ସେଥିରୁ ୩୨୭ ଜଣ ସୁସ୍ଥ ହୋଇଥିବା ବେଳେ ୩୬୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ କରୋନାରେ ୭ଜଣଙ୍କ ମୃତ୍ୟୁ ହୋଇଛି। ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଭୀମଟାଙ୍ଗୀରୁ ଜଣେ ଓ ଲକ୍ଷ୍ମୀସାଗର ଉପରସାହିରୁ ୨ ଜଣ, ସାଲିଆସାହି ମହାବୀର ନଗରରୁ ୩ ଜଣ, ଶ୍ରୀରାମନଗର ଲିଙ୍କରେ ସାଲିଆସାହିର ଆଉ ୪ ଜଣ ଚକେଇସିଆାଣୀ ଉଗାଳମଣି ମନ୍ଦିର ପାଖରୁ ଜଣେ, ଭୋଇ ନଗରରୁ ଜଣେ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ହଟସ୍ପଟ୍ ଜିଲ୍ଲା ଲିଙ୍କରେ ଆଉ ୨ ଜଣ, ସତ୍ୟନଗରରୁ ୨ ଜଣ, ଡୁମୁଡୁମା ରଘୁନାଥ ମନ୍ଦିର ପାଖରୁ ୪ ଜଣ, ମଞ୍ଚେଶ୍ୱର ଧିରିକୁଟୀ ସାହିରୁ ୨, ଆଚାର୍ଯ୍ୟ ବିହାର ଓ ନୀଳାଦ୍ରିବିହାରରୁ ଜଣେ ଲେଖାଏଁ,କଳିଙ୍ଗ ନଗରରୁ ୧ ଓ ପୋଖରୀପୁଟରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.