banner
Breaking

ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ।

ନୀଳାଦ୍ରି ବିହାରରୁ ୩୫ ୟୁନିଟ ରକ୍ତ ସ°ଗୃହୀତ

0

ଭୁବନେଶ୍ୱର, ୧୧ା୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାରଠାରୁ ସହରରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ଆଇଏମସିଆର ଓ ବିଏମସିର ମିଳିତ ସହଯୋଗରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଘରକୁ ଘର , ବସ୍ତିକୁ ବସ୍ତି ବୁଲି କର୍ମଚାରୀ ମାନେ ରକ୍ତ ନମୁନା ସ°ଗ୍ରହ କରିଛନ୍ତି।

ଉତ୍ତର ଭୁବନେଶ୍ୱରର ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ତତ୍ବାବଧାନରେ ୧୪ ନମ୍ବର ଓ୍ବାଡର ନୀଳାଦ୍ରି ବିହାର ହନୁମାନ ମନ୍ଦିର ସମ୍ମୁଖରେ ରକ୍ତ ନମୁନା ସ°ଗ୍ରହ କରାଯାଇଥିଲା। ଏଠାରେ ଅଳ୍ପଦିନ ତଳେ ଜଣେ ପଜିଟିଭ ଚିହ୍ନଟ ହୋଇଥିବାରୁ ଏହାର ପାଖାପାଖି ଘର ମାନଙ୍କରେ ବସବାସ କରୁଥିବା ଲୋକମାନଙ୍କ ଠାରୁ ୩୫ଟି ନମୁନା ସ°ଗୃହୀତ ହୋଇଥିଲା। ଏଥିରେ ପ୍ରାୟତଃ ଯୁବ ବର୍ଗଙ୍କୁ ଅଗ୍ରଧିକାର ଦିଆଯାଉଥିବାରୁ ବୟସ୍କ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇଏମସିଆରର ଡାକ୍ତର ଅମୀୟ ମହନ୍ତ,ଅଞ୍ଜନ ବିସ୍ନୋୟୀ ଓ ମାନସ ଭୋଇ ,ବିଚିତ୍ରାନନ୍ଦ ସେଠି,ଜମ୍ବୁବତୀ ମାଝୀ ଏବଂ ଓ୍ବାର୍ଡ ଅଧିକାରୀ ସୁଦୀପ ସ୍ବାଇଁ, ସୁପରଭାଇଜର କିଶୋର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ମୋଟ ୫ହଜାର ନମୁନା ପରୀକ୍ଷଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୫ଶହ ଲୋକଙ୍କର ସେରୋଲୋଜିକାଲ ଟେଷ୍ଟ୍‌ ହେବ। ବିଭିନ୍ନ ବସ୍ତିରୁ ୧୬୦୦ ନମୁନା ଓ ଅନ୍ୟ ଅଞ୍ଚଳରୁ ୯୦୦ ନମୁନା ପରୀକ୍ଷଣ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.