banner
Breaking

ଲେଡିଜ୍ ଫୋରମ୍ ପକ୍ଷରୁ ଟ୍ରାଫିକ୍ ସଚେତନତା

0

ଭୁବନେଶ୍ୱର, ୨୧/୯(ଓଡ଼ିଆ ନ୍ୟୁଜ) ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଡମଣା ଛକଠାରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସତ୍ୟ ନଗର ଲେଡିଜ ଫୋରମ୍ ସଦାସର୍ବଦା ସମାଜ ସେବାରେ ସାମିଲ ହୋଇ ନୂଆନୂଆ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କର ପ୍ରିୟଭାଜନ ହୋଇପାରିଛି। ନାରୀମାନେ ଚାହିଁଲେ ଅନେକ ପରିବର୍ତ୍ତନ ଆଣିପାରିବେ। ସେହିପରି ନାରୀମାନେ ନୂଆ ମୋଟରଯାନ ଆଇନକୁ ପାଳନ କରିବା ପାଇଁ ଚାଳକମାନଙ୍କୁ କହିଥିଲେ । ହେଲମେଣ୍ଟ ପିନ୍ଧି ଗାଡି ଚଳାଇବା, ସିଟ୍ ବେଲ୍ଟ ବାନ୍ଧିବା, ମଦ ପାନକରି ନ ଚଳାଇବା ଇତ୍ୟାଦି ବିଷୟରେ ସଚେତନତା କରିଥିଲେ ।

ଫୋରମର ସଂପାଦିକା ଅନୁରାଧା ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସୁବାସ ପାତ୍ର, ମଧୁସ୍ମିତା ଦାଶ, ସୁଲୋଚନା ଦାସ, ସଂଯୁକ୍ତା ମହଲ, ଜ୍ୟୋସ୍ନା ପରିଡା, ମାନସ ରଂଜନ ଦାଶ, ଟ୍ରାଫିକ୍ ଏସିପି ବିଷ୍ଣୁ ପାତ୍ର, ଆଇଆଇସି ପ୍ରମୋଦ ପଟ୍ଟନାୟକ, କନେଷ୍ଟବଳ ଶେଷଦେବ ସାହୁ ଓ ଫୋରମର ସୋଭେଦିତା ରଏ, ଅବିନାଶ ରାୟ ଚୈାଧୁରୀ ପ୍ରମୁଖ ଉପସ୍ଥିତ ରହି ଚାଳକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ମହିଳା ଏବଂ ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ

Khansweb Solution Bhubaneswar

Leave A Reply

Your email address will not be published.