banner
Breaking

ଭୁବନେଶ୍ୱର ଏବେ ଚୀନର ଉହାନ ନା ଆମେରିକାର ନିୟୁର୍କ।

0

ଭୁବନେଶ୍ଵର,୧୧/୭(ଓଡ଼ିଆ ନ୍ୟୁଜ): ଚୀନର ଉହାନ ଥିବା ଭୁବନେଶ୍ୱର ଆଜି ଆମେରିକାର ନିୟୁର୍କ ପାଲଟି ଯାଇଛି। ଏକଥା ବୁଦ୍ଧିଜୀବୀ ମାନେ କହିଛନ୍ତି। ସେମାନଙ୍କ ମତରେ ମାର୍ଚ୍ଚ ୧୫ ରେ ଭୁବନେଶ୍ୱରରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ପ୍ରଶାସନିକ ତତ୍ପରତାରେ ଲକଡାଉନ,ସଟଡାଉନ,କଣ୍ଟେନମେଣ୍ଟ ଓ ଲୋକମାନଙ୍କ ସହଯୋଗରେ କରୋନା ନିୟନ୍ତ୍ରଣ ହୋଇଯାଇଥିଲା।କିନ୍ତୁ ଅନଲକ ହେବାପରେ ବେପରୁଆ ମନବୃତ୍ତି,ଖୁଲମ୍ ଖୁଲା ନିୟମ ଉଲଘଂନ, ଆମାନିଆଙ୍କ ଅବାଧ ପ୍ରବେଶ, ପ୍ରଶାସନର ଢିଲା ପଣିଆର ସୁଯୋଗ ନେଇ ମାଡି ଚାଲିଛି କରୋନା। ରାଜଧାନୀ ବାସୀଙ୍କ ନିଦ ହଜାଇ ଦେଲାଣି । ପ୍ରତିଦିନ ପଜିଟିଭ ବାହାରୁ ଥିବାରୁ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି। ରାଜଧାନୀ ଭୁବନେଶ୍ଵରରୁ ଶନିବାର ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ଯୋଦ୍ଧା ରହିଛନ୍ତି। ଭୁବନେଶ୍ଵରରୁ ଚିହ୍ନଟ ୩୮ ଜଣଙ୍କ ମଧ୍ୟରୁ ୨୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ ୧୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ମିଳିଛି।
ସ୍ଥାନୀୟ ସଂକ୍ରମଣ ମଧ୍ୟରେ କୋଳଥିଆ କଳିଙ୍ଗ ବିହାରରୁ ଜଣେ ୫୫ ବର୍ଷୀୟ ପୁରୁଷ, ପୋଖରୀପୁଟ କାରଗିଲ ବସ୍ତିରୁ ଜଣେ ୪୦ ବର୍ଷୀୟ ପୁରୁଷ, ଭୀମଟାଙ୍ଗୀ ହାଉସିଂବୋର୍ଡ କଲୋନୀରୁ ଜଣେ ୫୭ ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨୭ ଏବଂ ୨୮ ବର୍ଷୀୟ ୨ ପୁରୁଷ, ଗଙ୍ଗନଗରର ଏକ ପରିବାରର ୩ ଜଣ, ନୀଳାଦ୍ରିବିହାର ବସ୍ତି ହନୁମାନ ମନ୍ଦିର ନିକଟରୁ ୨ ମହିଳା ଏବଂ ଜଣେ ପୁରୁଷ ଓ ନୟାପଲ୍ଲୀରୁ ଜଣେ ୫୫ ବର୍ଷୀୟ ପୁରୁଷ ରହିଛନ୍ତି।
ଏହି ୩୮ ଜଣଙ୍କୁ ମିଶାଇ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୬୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧୪ ଜଣ ସୁସ୍ଥ ହୋଇଥିବା ବେଳେ ୩୧୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୮ ଜଣଙ୍କର ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.