banner
Breaking

ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

0

ଭୁବନେଶ୍ୱର,୬/୭(ଓଡ଼ିଆ ନ୍ୟୁଜ): ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ପୂର୍ବତନ ମନ୍ତ୍ରୀ, ରାଜ୍ୟସଭା ସାସଂଦ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଲା । ଦୀର୍ଘ ରାଜନୈତିକ ଓ ସାମାଜିକ ଜୀବନରେ ସାଧାରଣ ଗରିବ ଲୋକଙ୍କ ସେବାରେ ସେ ଏକ ଅଲିଭା ଛାପ ଛାଡ଼ି ଚାଲି ଯାଇଛନ୍ତି ।

ଅମରଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।

Khansweb Solution Bhubaneswar

Leave A Reply

Your email address will not be published.