banner
Breaking

ସୋମନାଥ ଯିବା ହେଲାଣି ଡେରି କ୍ୟାସେଟ ଉନ୍ମୋଚିତ। ନାରୀ ଜାଗରଣ ମଞ୍ଚ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ।

0

ଭୁବନେଶ୍ୱର, ୭ା୭(ଓଡ଼ିଆ ନ୍ୟୁଜ): ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର ଦେବଦେବ ମହାଦେବଙ୍କ ମୁଣ୍ଡରେ ଜଳଲାଗି କଲେ ମାନସିକ ପୂର୍ଣ୍ଣହୁଏ ବୋଲି ଶିବଭକ୍ତ ମାନଙ୍କର ଅଖଣ୍ଡ ବିଶ୍ୱାସ ଅଛି । ଏହିଦିନ କାଉଡିଆମାନେ ନଦୀରୁ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି । ହେଲେ ଏଥର କରୋନା ମହାମାରୀ କାରଣରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ°କ୍ରମିତ ଆଶଙ୍କାରେ ଶ୍ରାବଣମାସର ପ୍ରଥମ ସୋମବାର ଦିନ କଟକଣା ଲଗାଯାଇଛି । ଯାହାଫଳରେ କାଉଡିଆ ଭକ୍ତମାନଙ୍କ ମଧ୍ୟରେ ନୈରାଶଭାବ ସୃଷ୍ଟି ହୋଇଥିବା ବେଳେ ବାରଙ୍ଗ ଅଳର ଶୈବପୀଠ ଖାଁଖାଁ ଦେଖିବାକୁ ମିଳିଛି । ତେବେ ପୂର୍ବପ୍ରସ୍ତୁତି ମୁତାବକ ରାଜଧାନୀ ଉପକଣ୍ଠ ବାରଙ୍ଗ ତଥା ପଟିଆ ଅଂଚଳର ପ୍ରସିଦ୍ଧ ଶେବପୀଠ ବାବା ସୋମନାଥଙ୍କ ଉଶ୍ୟେରେ ନିର୍ମିତ ହୋଇଥିବା “ସୋମନାଥ ଯିବା ହେଲାଣି ଡେରି” ଭିଡିଓ କ୍ୟାସେଟ ସୋମବାରଦିନ ଉନ୍ମୋଚିତ ହୋଇଯାଇଛି ।

ଏଥିରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ନନ୍ଦନକାନନ ସହକାରୀ ନିର୍ଦ୍ଦେଶକ ଅମୁଲ୍ୟ କୁମାର ପରିଡା, ଶିଳ୍ପପତି ଅର୍ଜ୍ଜୁନ ମହାରଣା, ଆଇନଜିବୀ ସମରେନ୍ଦ୍ର ସାହୁ, ଖବରଦାତା ତ୍ରିଲୋଚନ ରାଉତ, ନାରୀ ଜାଗରଣ ମଂଚର ସଭାନେତ୍ରୀ ଝୁନା ରାଉତ, ନନ୍ଦନକାନନ ଥାନା ଏସ୍‌ଆଇ ବିଜୟ କୁମାର ଦାସ, ସୋମନାଥ ସେନାର ଉପଦେଷ୍ଟା ଯୁଧିଷ୍ଠିର ମହାରଣା ଓ ସୁବ୍ରତ କୁମାର ଦାସ ପ୍ରମୁଖ ଯୋଗଦେଇ କ୍ୟାସେଟ୍ ଉନ୍ମୋଚନ କରିଥିଲେ । ଏହି ଅବସରରେ ନିଜ ଜୀବନକୁ ବାଜି ଲଗେଇ କରୋନା ମହାମାରୀ ସମୟରେ ଲୋକଙ୍କ ପାଖରେ ସେବା ଯୋଗାଉଥିବା ଡାକ୍ତର, ପୋଲିସ କର୍ମଚାରୀ, ସାମ୍ବାଦିକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ନାରୀ ଜାରରଣ ମଂଚ ପକ୍ଷରୁ ବାରଙ୍ଗ ପ୍ରେସ୍‌କ୍ଲବ ଓ କଳିଙ୍ଗ ସାମ୍ବାଦିକ ସଂଘର ସଦସ୍ୟମାନଙ୍କୁ ମାନପତ୍ର ସହ ଉପଢୈାକନ ପ୍ରଦାନ କରି କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.