banner
Breaking

ଭୁବନେଶ୍ୱରରେ ପୁଣି ୪୫ ପଜିଟିଭ ଚିହ୍ନଟ। ପ୍ରତିଦିନ ନୂଆ ଏରିଆକୁ ପଞ୍ଝା ମାରୁଛି କରୋନା।

0

ଭୁବନେଶ୍ୱର,୪।୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଗୋଟିଏ ପରେ ଗୋଟିଏ କଲୋନୀ ଓ ବସ୍ତିକୁ ପଞ୍ଝା ମାରୁଛି କରୋନା। ପ୍ରତିଦିନ କେଉଁଠୁ ନା କେଉଁଠି ନୂଆ ଏରିଆରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ।ଶନିବାର ଭୁବନେଶ୍ୱରରେ ପୁଣି ୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୪ କୁ ବୃଦ୍ଧି ପାଇଛି। ସେଥିରୁ ୨୪୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୬୦ ସକ୍ରିୟ କେସ୍‌ ରହିଛି। ସେହିଭଳି ୬ଜଣଙ୍କ ମୃତ୍ୟୁ ଘଟିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୭ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ହୋଇଥିଲା ବେଳେ ୮ ସ୍ଥାନୀୟ ଅଞ୍ଚଳର ଅଛନ୍ତି। ସେମାନଙ୍କ ମଧ୍ୟରେ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ୯, ସାମନ୍ତରାପୁର ନୂଆଗାଁର ୬, ଘରୋଇ ହସ୍ପିଟାଲର ୩, ସତ୍ୟନଗର ଅଞ୍ଚଳର ଜଣେ, ମଞ୍ଚେଶ୍ୱର କଳିଙ୍ଗ ବେକରୀ ନିକଟରୁ ୩, ସହିଦ ନଗର ୭-୧୧ ରେଷ୍ଟୁରାଣ୍ଟ ନିକଟରୁ ଜଣେ, ହଂସପାଳ ସିମ୍ଫୋନୀ ମଲ୍‌ ନିକଟରୁ ଜଣେ, ଚକେଇସିଆଣିରୁ ଜଣେ, ଲକ୍ଷ୍ମୀସାଗର ପୁରୁଣା ପୋଷ୍ଟଅଫିସ ନିକଟରୁ ଜଣେ, ୟୁନିଟ୍‌-୪ ଅଞ୍ଚଳର ଜଣେ, ଅଶୋକ ନଗର ଅଞ୍ଚଳର ଜଣେ, ବରମୁଣ୍ଡା ଅଞ୍ଚଳର ଜଣେ, ପୁରୁଣା ଭୁବନେଶ୍ୱରର ଜଣେ, ସରକାରୀ ଡାକ୍ତରଖାନାର ୪ଜଣ, ଭରତପୁର ଅଞ୍ଚଳରୁ ଜଣେ ଅଛନ୍ତି। ଏମାନେ ସମସ୍ତେ କ୍ବାରେଣ୍ଟାଇନସେଣ୍ଟରରେ ଥିଲେ।ସେହିପରି ୮ ଲୋକାଲ କେସ୍‌ ମଧ୍ୟରୁ ବରମୁଣ୍ଡା ଶକ୍ତି ଗେଷ୍ଟ ହାଉସ ନିକଟରୁ ଜଣେ, କେଦାର ଗୌରୀ ଅଞ୍ଚଳରୁ ଜଣେ, ସାଲିଆ ସାହିରୁ ଜଣେ, ଖଣ୍ଡଗିରିରୁ ଜଣେ, ଡୁମ୍‌ଡୁମାରୁ ଜଣେ, ପୁରୁଣା ଭୁବନେଶ୍ୱରରୁ ଜଣେ, ୟୁନିଟ୍‌-୪ ଅଞ୍ଚଳରୁ ଜଣେ, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିଟ ସେଣ୍ଟର ଅଞ୍ଚଳରୁ ଜଣେ ଅଛନ୍ତି। ଏହାବ୍ୟତିତ ୩୧ ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.