banner
Breaking

ସିଲ୍ ହେଲା ରୁଚିକା ନର୍ସିଂ ହୋମ ।

0

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଥିବା ଏକ ନର୍ସିଂହୋମ୍‌କୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଗୁରୁବାର ସିଲ୍‌ କରିଛି। ବରମୁଣ୍ଡା ଅଞ୍ଚଳରେ ଥିବା ରୁଚିକା ନର୍ସିଂହୋମ୍‌କୁ ସିଲ୍‌ କରାଯାଇଛି। ହସ୍ପିଟାଲରେ କରୋନା କଟକଣା ଠିକ୍‌ ଭାବେ ପାଳନ ନ ହେବା ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ତେବେ ଡବ୍ଲୁଏଚ୍‌ଓ ପକ୍ଷରୁ କରାଯାଇଥିବା ଯାଞ୍ଚରେ ହସ୍ପିଟାଲ କର୍ତ୍ତୃପକ୍ଷ ସାମାଜିକ ଦୂରତା ସହ ମାସ୍କ ପିନ୍ଧୁ ନ ଥିବା ଦେଖିବାକୁ ମିଳିଥିଲା। ଏପରିକି ଅପରେଶନ କରିବା ପୂର୍ବରୁ ସଠିକ ସତର୍କତା ପାଳନ କରାଯାଉ ନ ଥିଲା। ଏଣୁ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଡାକ୍ତରଖାନାକୁ ସିଲ୍‌ କରାଯାଇଛି।ସେଠାରେ ଥିବା ରୋଗୀ ଅନ୍ୟତ୍ର ସ୍ଥାନାନ୍ତର ହେବା ପରେ ଏହାକୁ ବନ୍ଦ କରି ଦିଆଯିବ ବୋଲି ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.