banner
Breaking

ପରିଚୟ ଫାଉଣ୍ଡେସନ ପକ୍ଷରୁ ସଫେଇ କର୍ମୀଙ୍କୁ ନେସ୍‌ଲେ କିଟ୍‌

0

ଭୁବନେଶ୍ୱର,୧/୭(ଓଡ଼ିଆ ନ୍ୟୁଜ):ସଫେଇ କର୍ମୀମାନେ ସହରର ପ୍ରକୃତ ଯୋଦ୍ଧା । କରୋନା ବିପତ୍ତି ସମୟରେ ସେମାନେ ନିଦ କର୍ତ୍ତବ୍ୟପରାୟଣତା ଭୁଲି ନାହାନ୍ତି । ନିରନ୍ତର ସେବା ଜାରି ରଖିଛନ୍ତି । ଏହି ସଫେଇ କର୍ମୀଙ୍କୁ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଉପହାର ବାଣ୍ଟିଛି ପରିଚୟ ଫାଉଣ୍ଡେସନ । ନେସ୍‌ଲେ ପକ୍ଷରୁ ଦିଆଯାଇଥିବା ମୋଟ ୧୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର କିଟ୍‌କୁ ସମସ୍ତ ସସଫେଇ କର୍ମୀଙ୍କ ମଧ୍ୟରେ ବଣ୍ଟାଯାଇଛି ।
ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧୁରୀ ଓ ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀଙ୍କ ଉପସ୍ଥିତିରେ ଏହି କିଟ୍ ବଣ୍ଟାଯାଇଛି । ନେସ୍‌ଲେ ପକ୍ଷରୁ
ଏନର୍ଜୀ ଡ୍ରିଙ୍କସ୍‌, ଚକୋଲେଟ୍‌, କୋଲ୍ଟ କଫି ଓ ଅନ୍ୟ ସାମଗ୍ରୀ ଦିଆଯାଇଛି । ସଫେଇ କର୍ମୀମାନେ ଦିନରାତି ଯେ କୌଣସି ସମୟରେ ସଫେଇ କରି ସହରକ ସଫୁସୁତୁରା
ରଖିବା ସହ ଲୋକଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖୁଛନ୍ତି । ପରିଚୟ ଫାଉଣ୍ଡେସନ୍ ଓ ନେସ୍‌ଲେ ସହଯୋଗରେ ସଫେଇ କର୍ମୀଙ୍କ ପିଲା ଓ ପରିବାରବର୍ଗଙ୍କ ବ୍ୟବହାର ପାଇଁ ଏହି
କିଟ୍ ବଣ୍ଟାଯାଇଛି ବୋଲି ବିଏମ୍‌ସି କମିଶନର ଶ୍ରୀଚୌଧୁରୀ କହିଛନ୍ତି ।
ମହାମାରୀ ସମୟରେ ଉତ୍ସର୍ଗୀକତୃତ ସେବା କରିଥିବା ସଫେଇ କର୍ମୀଙ୍କୁ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଉପହାର ବଣ୍ଟାଯାଇଛି ବୋଲି ଶ୍ରୀମତୀ
ପାଟ୍ଟଶାଣୀ କହିଛନ୍ତି । ସଫେଇ କର୍ମୀଙ୍କୁ ପ୍ରୋତ୍ସାହନ ଦେଇଥିବାରୁ ପୂର୍ବତନ ଭାରତୀୟ ବୈଦେଶିକ କୂଟନୀତିଜ୍ଞ ଅମରେନ୍ଦ୍ର ଖଟୁଆ ଓ ନେସ୍‌ଲେ ଇଣ୍ଡିଆର ଇଷ୍ଟ୍ ଜୋନ୍‌
ରିଜିଓନାଲ୍ ମ୍ୟାନେଜର ସୁବ୍ରତ ବାନାର୍ଜୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ ମଧ୍ୟ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପୁଲିସ କର୍ମୀଙ୍କୁ ନେସ୍‌ଲେ ଦେଇଥିବା ୨୫ଲକ୍ଷ
ଟଙ୍କାର ଏନର୍ଜୀ ଡ୍ରିଙ୍କସ୍ ପ୍ରଦାନ କରାଯାଇଥିଲା । କଟକ ଓ ଭୁବନେଶ୍ୱର ପୁଲିସ କର୍ମଚାରୀଙ୍କ ଭିତରେ ଏହାକୁ ବଣ୍ଟାଯାଇଥିଲା । ସଫେଇ କର୍ମୀଙ୍କ ଭିତରେ ଏହାକୁ ବାଣ୍ଟିବା
ପାଇଁ ବିଏମ୍‌ସି ଡେପୁଟି କମିଶନର(ପରିମଳ) ଶୁଭେନ୍ଦୁ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.