banner
Breaking

ଭୁବନେଶ୍ୱରରେ ପୁଣି ୧୨ ପଜିଟିଭ ଚିହ୍ନଟ। ୮ ଲୋକାଲ୍ କେସ୍

0

ଭୁବନେଶ୍ୱର,୧।୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ବଢିବଢି ଚାଲିଛି କରୋନା। ଲୋକାଲ୍ କେସ୍ ବଢାଇଦେଇଛି ଚିନ୍ତା। ଆଜି ପୁଣି ୧୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପେଡ ଓ ହୋମ୍‌ କ୍ୱାରାଣ୍ଟାଇନରେ ଥିବାବେଳେ ୮ ଲୋକାଲ୍‌ କେସ୍ ରହିଛି।
ପେଡ ଓ ହୋମ୍‌ କ୍ୱାରାଣ୍ଟାଇନ୍‌ ଆକ୍ରାନ୍ତଙ୍କ ମଧ୍ୟରେ ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ୨ଜଣ ପୁରୁଷ(୨୬,୧୭ ବର୍ଷ), ଶୈଳଶ୍ରୀବିହାର ଅଞ୍ଚଳର ୨୬ ବର୍ଷୀୟ ପୁରୁଷ, ଖଣ୍ଡଗିରି ଅଞ୍ଚଳରୁ ୨୫ ବର୍ଷୀୟ ପୁରୁଷ ଅଛନ୍ତି।
ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରେ ଡୁମ୍‌ଡୁମା ରଘୁନାଥ ନଗର ବସ୍ତି ଅଞ୍ଚଳର ୨ଜଣ(୩୦ବର୍ଷୀୟ ମହିଳା, ୩୫ ବର୍ଷୀୟ ପୁରଷ), ଡୁମ୍‌ଡୁମା ସୁଖ ବିହାର ବସ୍ତିର ୩୪ ବର୍ଷୀୟ ପୁରୁଷ, ଶ୍ରୀରାମ ନଗର ଲୋୟଲା ସ୍କୁଲ ନିକଟର ୩୫ ବର୍ଷୀୟ ମହିଳା, ପ୍ରାଇଭେଟ ହସ୍ପିଟାଲର ୩୩ ବର୍ଷୀୟ ପୁରୁଷ, ନିଳାଦ୍ରି ବିହାର ସେକ୍ଟର ୨ ଅଞ୍ଚଳର ୫୩ ବର୍ଷୀୟ ପୁରୁଷ, ଜାଗମରା କ୍ରିଷ୍ଣା ଗାର୍ଡେନ ଅଞ୍ଚଳର ୩୪ ବର୍ଷୀୟ ପୁରୁଷ, ୟୁନିଟ୍‌ ୨ ଅଞ୍ଚଳର ୩୦ ବର୍ଷୀୟ ମହିଳା ଅଛନ୍ତି। ସେହିଭଳି ୭ଜଣ କରୋନା ପଜିଟିଭ୍‌ ସୁସ୍ଥ ହୋଇଥିବା ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.