banner
Breaking

ରାଜଧାନୀରେ ପସିଲା ଦନ୍ତାହାତୀ ଲୋକେ ଭୟଭୀତ।

ଘଉଡାଇବା ପାଇଁ ଲାଗିଛନ୍ତି ବନବିଭାଗ, ପୋଲିସ ଓ ଗ୍ରାମବାସୀ

0

ଭୁବନେଶ୍ବର,୨୯/୬(ଓଡ଼ିଆ ନ୍ୟୁଜ): ରାଜଧାନୀକୁ ପଶିଆସିଛି ଦନ୍ତା ହାତୀ। ରାଜଧାନୀ ଉପକଣ୍ଠରେ ରହିଥିବା ଚନ୍ଦକା ଜଙ୍ଗଲରେ ଆଜି ଦୁଇଟି ହାତୀ ଦେଖିବାକୁ ମିଳିଥିଲା। ଭୁବନେଶ୍ବରେ ଇନ୍‌ଫୋସିଟି ପଛ ପାଖ ଅଞ୍ଚଳରେ ଏହି ଦୁଇଟି ହାତୀ ବୁଲାବୁଲି କରୁଥିବାର ସ୍ଥାନୀୟ ଲୋକଙ୍କ ନଜରରେ ପଡିଥିଲା। ଲୋକମାନେ ଭୟଭୀତ ହୋଇ ବନବିଭାଗ ଓ ସ୍ଥାନୀୟ ଥାନାକୁ ଜଣାଇଥିଲେ। ବନବିଭାଗ ଓ ଥାନା କର୍ମଚାରୀ ସେଠାରେ ପହଞ୍ଚି ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ହାତୀ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଇଛି। ବନ ବିଭାଗର ତିନୋଟି ଟିମ୍‌ ବିଭିନ୍ନ ଦିଗରେ ରହିଛନ୍ତି। କମିଶନରେଟ୍‌ ପୁଲିସର ପିସିଆର୍‌ ଭ୍ୟାନ୍‌ ମଧ୍ୟ ପ୍ରସ୍ତୁତ ରହିଛି। ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ମଧ୍ୟ ବହୁତ ସାହାଯ୍ୟ ସହଯୋଗ କରୁଛନ୍ତି। ଗ୍ରାମବାସୀଙ୍କ ସହଯୋଗରେ ହିଁ ହାତୀକୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଫେରାଇ ନିଆଯାଇପାରିବ ବୋଲି ଆଶା କରାଯାଉଛି। ଛାତ ଉପରେ ଥିବା ଲୋକଙ୍କୁ ଭଲ ଭାବେ ବୁଝାଉଛୁ ଓ ସଚେତନ କରୁଛୁ। ଆପଣମାନେ କୁଆଡ଼େ ଯାଆନ୍ତୁ ନାହିଁ ସେଠାରେ ହାତୀ ଅଛି। ଲୋକମାନେ ବି ଆମକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ହାତୀଦୁଇଟି ଦାରୁଠେଙ୍ଗ ଅଞ୍ଚଳର ପଥରଗାଡ଼ିଆ ଦେଇ ଚନ୍ଦକାର ମୁଖ୍ୟ ଜଙ୍ଗଲପଟୁ ଆସିଥିଲେ। ସକାଳ ହୋଇଯିବା ପରେ ଗୋଟିଏ ହାତୀ ଚନ୍ଦକା ଜଙ୍ଗଲକୁ ଫେରିଗଲା। ଅନ୍ୟ ଏକ ହାତୀ ଏଠାରେ ରହିଗଲା। ଏହା ଏକ ଛୋଟ ଦନ୍ତା ହାତୀ, ଯାହାର ବୟସ ୧୦ରୁ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେ ଯାଇପାରୁ ନାହିଁ। ବର୍ତ୍ତମାନ ତାକୁ ସୁରକ୍ଷିତ ଭାବେ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଚାରିପଟେ ବାରିକେଡ୍‌ କରାଯାଇଛି ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଛି। ଲୋକମାନଙ୍କ ସହିତ ସବୁ ସ୍ଥାନରେ ବନ ବିଭାଗ କର୍ମଚାରୀ ରହିଛନ୍ତି। ବିଶେଷ କରି ପଥରଗାଡ଼ିଆ ଏବଂ ସ୍ଥାନୀୟ ବାସିନ୍ଦା ବହୁତ ସାହାଯ୍ୟ ସହଯୋଗ କରି ଆସୁଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.