banner
Breaking

ଭୁବନେଶ୍ୱରରେ ଉତ୍ପାତ କଲାଣି କରୋନା। ୨୦ ଦିନରେ ୧୫୧ ପଜିଟିଭ ଚିହ୍ନଟ।

0

ଭୁବନେଶ୍ବର,୨୪/୬(ଓଡ଼ିଆ ନ୍ୟୁଜ) : ଭୁବନେଶ୍ୱରରେ ଉତ୍ପାତ କଲାଣି କରୋନା।ପୁରା ରାଜଧାନୀବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଦିନକୁ ଦିନ ନୂଆ ନୂଆ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ। ୨୦ ଦିନ ଭିତରେ ୨୫ଟି ସ୍ଥାନରୁ ୧୫୧ ଜଣ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୮୨ ଜଣ ପ୍ରବାସୀ ଥିଲାବେଳେ ୬୯ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି।ଯାହାକି ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ଭୁବନେଶ୍ବରରୁ ପୁଣି ୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଆକ୍ରାନ୍ତ ମଧ୍ୟରୁ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ବେଳେ ୩ ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

୧୯ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ ୧୬ ଜଣ ଏକ ଘରୋଇ ହସ୍ପିଟାଲର ହୋଇଥିବ ବେଳ ୨ଜଣ ଚନ୍ଦ୍ରଶେଖରପୁର ନିଳାଦ୍ରି ବିହାର ଅଞ୍ଚଳର ସେମାନେ ପୂର୍ବ ୭୩ ବର୍ଷୀୟ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଛନ୍ତି। ଅନ୍ୟ ଆକ୍ରାନ୍ତ ଜଣଙ୍କ ଶୈଳଶ୍ରୀ ବିହାର ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ ,  ଭୁବନେଶ୍ବରରେ ମୋଟ କରୋନା ରୋଗୀ ସଂଖ୍ୟା ୨୨୦ରେ ପହଞ୍ଚିଛି । ସେଥିମଧ୍ୟରୁ ୧୧୩ ଜଣ ସୁସ୍ଥ ହୋଇଥିବା ବେଳେ ୧୦୩ ଜଣ ଚିକିତ୍ସାଧିନ ଅଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.