banner
Breaking

ପୂଜ୍ୟ ପୂଜା ସ°ସ୍କୃତି ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ ୩୬ ତମ ଶ୍ରାଦ୍ଧ ଦିବସ ପାଳିତ।

ସଞ୍ଜୟ ପରିଡାଙ୍କୁ ନବକୃଷ୍ଣ ଚୌଧୁରୀ ସମ୍ମାନ

0

ଭୁବନେଶ୍ୱର,୨୪/୬(ଓଡ଼ିଆ ନ୍ୟୁଜ): ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ରାଜର୍ଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ତାଙ୍କର ୩୬ ତମ ଶ୍ରାଦ୍ଧ ଦିବସ ରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପୂଜ୍ୟ ପୂଜା ସ°ସ୍କୃତିର ସଭାପତି ତଥା ଓଡ଼ିଆ ଭାଷା ପ୍ରାଣର ବୀରାନିଷ୍ଠ ଯୋଦ୍ଧା, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ସ୍ଵାଧୀନତା ସଂଗ୍ରାମୀ, ପ୍ରାକ୍ତନ ବିଧାୟକ ପଦ୍ମଚରଣ ନାୟକ,ବର୍ଷିୟାନ ସଦସ୍ୟ ସର୍ଵଶ୍ରୀ ଡମ୍ବରୁଧର ହରଣସିଂହ, ଲକ୍ଷ୍ମଣ ଦାଶ,ଅଲେଖ ଜେନା,ବି ମୁରଲୀଧର, ନିରଞ୍ଜନ ସାହୁ, ଲକ୍ଷ୍ମୀଧର ବେହେରା, ଖଗେଶ୍ବର ବଳ,ମଳୟ ତ୍ରିପାଠୀ,ଶେହାସୀସ ସାହୁ, ସୁଶ୍ରୀ ମନଜିତ୍ କାଉର , ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଆଧାରରେ ପୂଣ୍ୟାତ୍ମା ନବକୃଷ୍ଣ ଚୌଧୁରୀ ସମ୍ମାନରେ ସଞ୍ଜୟ ପରିଡ଼ା ଙ୍କୁ ସମ୍ମାନିତ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.