banner
Breaking

ଭୁବନେଶ୍ୱରରୁ ଆଜି ପୁଣି ୨ ଚିହ୍ନଟ ଓ ୫ ସୁସ୍ଥ।

0

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଭୁବନେଶ୍ୱରରୁ ମଙ୍ଗଳବାର ପୁଣି ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର। କ୍ୱାରାଣ୍ଟାଇନରୁ ଚିହ୍ନଟ ବ୍ୟକ୍ତି ୩୯ ବର୍ଷୀୟ। ତାଙ୍କ ଘର ଜୟଦେବ ବିହାରରେ। ସେହିପରି ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ୩୦ ବର୍ଷୀୟ ହୋଇଥିବା ବେଳେ ତାଙ୍କ ଘର ଶରନପାଲିର ଓ୍ବାର୍ଡ ନଂ. ୨୬ରେ ବୋଲି ଜଣାପଡ଼ିଛି।
ସେହିପରି ମଙ୍ଗଳବାର ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୩୬, ୩୭, ୨୨, ୩୦ ଓ ୨୭। ସମସ୍ତ ଆକ୍ରାନ୍ତ ପୁରୁଷ। ଏମାନଙ୍କ ମଧ୍ୟରେ ଜଣେ ରେଳ କର୍ମଚାଚରୀ ରହିଛନ୍ତି। ଅନ୍ୟ ଆକ୍ରାନ୍ତମାନେ ଡୁମ୍‌ଡୁମା, ସାଲିଆ ସାହି, ନୟାପଲି ଓ ଭିମପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.