banner
Breaking

ଶୈଳଶ୍ରୀବିହାର-ଡମଣା ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତି କରଣ ପାଇଁ ଶୁଭଦେଲେ ବିଧାୟକ।

0

ଭୁବନେଶ୍ୱର,୨୨।୬(ଓଡ଼ିଆ ନ୍ୟୁଜ): ଶୈଳଶ୍ରୀବିହାର ଠାରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତି କରଣ କାର୍ଯ୍ୟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ନଡିଆ ବାଡେଇ ଉଦଘାଟନ କରିବା ସହିତ କହିଥିଲେ ଭୁବନେଶ୍ୱରରେ କରୋନା ମହାମାରୀ ବଢୁଥିବାରୁ ସମସ୍ତେ ସତର୍କ ଓ ସଚେତନ ରହିବା ନିହାତି ଆବଶ୍ୟକ। ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଓ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ପରାମର୍ଶ ଦେଇଥିଲେ।

ଶୈଳଶ୍ରୀବିହାର ତାରିଣୀ ମନ୍ଦିର ଠାରୁ ଡମଣା ଛକ ପର୍ଯ୍ୟନ୍ତ ୩.୯୯ କୋଟି ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା ବାମ ପାଖରେ ୧୦ ଫୁଟ ସମ୍ପ୍ରସାରଣ ହେବ।ଏଥିରେ ପାଞ୍ଚ ଫୁଟ ସର୍ଭିସ ରୋଡ ୧.୩୦ କିମି ପର୍ଯ୍ୟନ୍ତ ଓ ପାଞ୍ଚ ଫୁଟ ସାଇକେଲ ଟ୍ରାକ ୯୫୫ ମିଟର ପର୍ଯ୍ୟନ୍ତ ଲମ୍ବ ରହିବ। ଏଥିସହିତ ମଝି ରାସ୍ତାରେ ଡିଭାଇଡର ନିର୍ମିତ ହୋଇ ଉନ୍ନତି କରଣ କରାଯିବ ବୋଲି ପୂର୍ତ୍ତ ବିଭାଗର ଯନ୍ତ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଖୋର୍ଦ୍ଧା ଜିଲ୍ଲାର କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ର,ସମାଜସେବୀ ମନୋଜ ସାହୁ,ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ସ୍ବର୍ଣ୍ଣପ୍ରଭା ରାୟ ଓ ନରେଶ ପାତ୍ର,ମାନସ ଦାଶ,ଆଇନଜୀବୀ ସମରେନ୍ଦ୍ର ସାହୁ, ବରିଷ୍ଠ ନାଗରିକ ମହାସଂଘର ସଭାପତି ମଧୁମାଧବ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.