ଭୁବନେଶ୍ୱର,୨୧।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ମାଡି ମାଡି ଚାଲିଛି। ପ୍ରଥମ ପର୍ଯ୍ୟାୟରେ କିଛି ଏରିଆ ଭିତରେ ସୀମିତ ଥିବା କରୋନା ଏବେ କଲୋନୀ,ଗାଁ, ବସ୍ତି ଚାରିଆଡେ ବ୍ୟାପିପାରେ ଲାଗିଲାଣି। ଗତ ୧୫ ଦିନ ଭିତରେ କ୍ରମାଗତ ଭାବରେ ୨୨ ଟି ସ୍ଥାନରେ କାୟା ବିସ୍ତାର କରିଛି। ବିଶେଷକରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ହୁହୂ ହୋଇ ବଢିବାରେ ଲାଗିଛି।କାରଣ ଲକ୍ଡାଉନ୍ ହଟିବା ପରେ ଭୁବନେଶ୍ୱରକୁ ସମସ୍ତଙ୍କର ଅବାଧ ପ୍ରବେଶ ଚାଲିଛି। ବିଶେଷକରି ପଶ୍ଚିମବଙ୍ଗ ଶ୍ରମିକଙ୍କ ଧାଡ଼ି ଛୁଟୁଛି। ଏବେ ସହରରେ ନିର୍ମାଣ ଓ ଅନ୍ୟ କାମଧନ୍ଦା ଆରମ୍ଭ ହୋଇଥିବାରୁ କଣ୍ଟ୍ରାକ୍ଟରମାନେ ପଶ୍ଚିମବଙ୍ଗରୁ ଶ୍ରମିକଙ୍କୁ ଆଣି କାମରେ ଲଗାଉଛନ୍ତି। ଫଳରେ ସବୁଆଡେ ପଶ୍ଚିମବଙ୍ଗ ଶ୍ରମିକ ଖୁନ୍ଦି ହୋଇଗଲେଣି। ପଶ୍ଚିମବଙ୍ଗରେ କରୋନା ହୁହୁ ହୋଇ ମାଡ଼ି ଚାଲିଥିବାରୁ ଏହି ଶ୍ରମିକଙ୍କ ମଧ୍ୟରେ କିଏ ସଂକ୍ରମିତ ତାହା ଜାଣିବା ମୁସ୍କିଲ୍। ଗୋଟିଏ ପକ୍ଷରେ ଏମାନଙ୍କ ପାଇଁ ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହୁଥିବାବେଳେ ଅନ୍ୟପକ୍ଷରେ ଫେରି ବେପାର କରୁଥିବା ବଙ୍ଗାଳି ମାନେ କଲୋନୀ କଲୋନୀ ସାହି ସାହି ବୁଲି ପସରା ମେଲେଇ ବେପାର ଆରମ୍ଭ କରିଦେଇଛନ୍ତି। ସେଥିପ୍ରତି କାହାରି ନିଘା ନାହିଁ। ପୋଲିସ ପ୍ରଶାସନ ଓ ବିଏମସି ଉଭୟ ଜଗିଥିଲା ବେଳେ ମୁଗୁରା ପଛ ମୋଲା ହେଲାଣି ବୋଲି ଜନସାଧାରଣରେ ପ୍ରଶ୍ନ ଉଠୁଛି। ଏବେଠାରୁ ସାବଧାନ ନହେଲେ ଆଗାମୀ ଦିନରେ ଭୟଙ୍କର କରୋନା ବିସ୍ଫୋରଣ ନହେବ ବୋଲି କହିହେବ ନାହିଁ। ଏଣୁ ସଚେତନ ଓ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ।

Breaking
ଚଳିତ ପାର୍ବଣ ଋତୁରେ ଉପହାର ଦିଅନ୍ତୁ ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟର ଏକ ପରମ୍ପରା ‘ହାତୀ ବ୍ରାଣ୍ଡ କାଚି ଘାନି ସୋରିଷ ତେଲ’ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଫାଇନାଲରେ ମହିଳା କ୍ରିକେଟ ଦଳ, ଭାରତର ବଢିଲା ପଦକ ସଂଖ୍ୟାଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଆଉଟଲେଟ ଉଦ୍ଘାଟିତମୋବିଲ୍ ୧ଟିଏମ ରେଡ ବୁଲ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମକୁ ସହଯୋଗ କରି ପ୍ରଥମ ମୋଟୋ ଜିପି ଟିଏମ ଭାରତର ଶୁଭାରମ୍ଭ କରିଛି