banner
Breaking

ପ୍ରକୃତିପ୍ରେମୀଙ୍କ ଦ୍ବାରା ମଞ୍ଜିଗୋଳା ରୋପଣ

0

ଭୁବନେଶ୍ବର,୨୦।୯(ଓଡ଼ିଆ ନ୍ୟୁଜ): ଫଣି ପ୍ରଭାବରେ ଶ୍ରୀହୀନ ହୋଇପଡ଼ିଥିବା ରାଜ୍ୟର ବିଭିନ୍ନ ସ୍ଥାନରେ ସବୁଜ ବଳୟ ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି କେତେକ ସ୍ୱେଚ୍ଛାସେବୀ । ବୃକ୍ଷ ନଥିବା ସ୍ଥାନରେ ସବୁଜିମା ସୃଷ୍ଟି କରିବା ସହ ମୃତ୍ତିକା କ୍ଷୟକୁ ରୋକିବା ଓ ଅମ୍ଳଜାନ ଯୋଗାଇବାରେ ସହାୟକ ହେବା ଉଦ୍ଦେଶ୍ୟରେ ମଞ୍ଜିଗୋଳା ରୋପଣ କରାଯାଉଛି । ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରିବିଲ୍‍ଡ ଓଡ଼ିଶା ମିଶନ’ ଓ ‘ରାଜ୍ୟ ପର୍ଯ୍ୟାବରଣ ଅଭୟାରଣ୍ୟ ସଂରକ୍ଷଣ ବିଭାଗ’ ସହାୟତାରେ ‘ଓଡ଼ିଆ ଟୁଇଟର ଗୋଷ୍ଠୀ ଖଟି ଜମିବ’ ପ୍ରମୁଖ ଏହି କାର୍ଯ୍ୟରେ ସାମିଲ୍‍ ହୋଇଛନ୍ତି । ଏହି ସବୁ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଭୁବନେଶ୍ୱର ଧଉଳି ଶାନ୍ତିସ୍ତୁପ ସଂଲଗ୍ନ ଅଞ୍ଚଳରେ ୫ ହଜାରରୁ ଊଦ୍ଧ୍ୱର୍ ବିଭିନ୍ନ କିସମର ବାତ୍ୟା ପ୍ରତିରୋଧକ ମଞ୍ଜିଗୁଳା ରୋପଣ କରାଯାଇଛି ।

ସେହିଭଳି ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍’ ପକ୍ଷରୁ ମଧ୍ୟ ଚନ୍ଦ୍ରଶେଖରପୁର ଇଶାନେଶ୍ବର, ଶିଖରଚଣ୍ଡି ପାହାଡ଼, ପଥରଗାଡ଼ିଆ ରାସ୍ତାରେ ମଧ୍ୟ ମଞ୍ଜିଗୁଳା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହରାଞ୍ଚଳ ବନଖଣ୍ଡ ଅଧିକାରୀ ଗୌର ଗୋପାଳ ସିଂ ଯୋଗଦେଇ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହରାଞ୍ଚଳ ବନଖଣ୍ଡର ଅଧିକାରୀଗଣ, ପ୍ରକୃତିମିତ୍ର ଦୀନବନ୍ଧୁ ଭୋଇ, ସୌମ୍ୟରଞ୍ଜନ ବିଶ୍ୱାଳ ତଥା ଓଡ଼ିଆ ଟୁଇଟର୍‍ ଖଟି ଜମିବ ପକ୍ଷରୁ ପ୍ରିୟବ୍ରତ ପ୍ରଧାନ, ଦୀପକ କର, ଆଶିଷ ଷଡ଼ଙ୍ଗୀ, ଶାଶ୍ୱତ ଦେବଦତ୍ତ, ଆଶୁତୋଷ ଦାସ, ଶିବ ଶଙ୍କର ଦାସ, ଆଶିଷ ପଣ୍ଡା, କଳିଙ୍ଗ ସିନେ ଆର୍ଟସ୍‌ର ସଭାପତି ସୁଶାନ୍ତ ଦାସ, ସମ୍ପାଦକ ବିଦ୍ୟାଧର ବାରିକ ସଭ୍ୟ ସତ୍ୟଜିତ୍ ରାଉତ, ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଅଳ୍ପ ଭିଜା ଖତକୁ ଉର୍ବର ମୃତ୍ତିକାରେ ଗୋଳା ତିଆରି କରି ଏହାର ମଝିରେ ମଞ୍ଜି ଦେଇ ବିଭିନ୍ନ ସଂଗଠନ ଦ୍ୱାରା ଏହି ସ୍ୱେଚ୍ଛାସେବୀମାନେ ମଞ୍ଜିଗୋଳା ପ୍ରସ୍ତୁତ କରୁଛନ୍ତି । ଏହାକୁ ଖରାରେ ଦୁଇଦିନ ଶୁଖେଇବା ପରେ ବିଭନ୍ନ ସ୍ଥାନରେ ପକାଇ ଛୋଟ ଜଙ୍ଗଲ ସୃଷ୍ଟି କରିଥାନ୍ତି । ମୋଟ ୮୦ ହଜାର ମଞ୍ଜିଗୋଳା ବୁଣାଯିବ ବୋଲି ସେମାନେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.