banner
Breaking

ଓଡ଼ିଶାରେ ଷ୍ଟିଲହବ ପାଇଁ କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

0

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ) ଓଡ଼ିଶାକୁ ଷ୍ଟିଲ ହବରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି କେନ୍ଦ୍ର ଇସ୍ପାତ ସଚିବ। ଭିତ୍ତିଭୂମି ଓ ଷ୍ଟିଲ କ୍ଲଷ୍ଟରର ଉନ୍ନତି କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । କେନ୍ଦ୍ର ଓ ରାଜ୍ୟ ଏକାଠି କାମ କରି ଲକ୍ଷ୍ୟ ପୂରଣ କରିବା ଉପରେ ଫୋକସ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସଚିବ ବିନୟ କୁମାର ଭେଟିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ଓଡ଼ିଶାର ଖଣିଜ, ଶିଳ୍ପ ପାଇଁ ବହୁ ଗୁରୁତ୍ୱ ବହନ କରେ । ଆହୁରି ମଧ୍ୟ ସେ କହିଛନ୍ତି ୨୦୩୦ ସୁଦ୍ଧା ଓଡ଼ିଶା ୧୦୦ମିଲିୟନ ଟନ ଖଣିଜ ପଦାର୍ଥ ଉପାର୍ଜନ କରିବ ।

କେନ୍ଦ୍ର ଇସ୍ପାତ ସଚିବଙ୍କ ସହ ବୈଠକ ପରେ ଉନ୍ନୟନ କମିସନର ଅସିତ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି । ସେ ବିଜୁ ପଟ୍ଟନାୟକ ଷ୍ଟିଲ ଇନଷ୍ଟିଚ୍ୟୁଟକୁ ବିଶ୍ୱବିଦ୍ୟାଳୟ କରିବାକୁ ଦାବି କରିଛନ୍ତି । ରାଜ୍ୟର ଖଣିଜ ଉତ୍ପାଦନ ୩୩ମିଲିୟନ ଟନରୁ ବଢ଼ାଇବା ପାଇଁ ଲକ୍ଷ ରଖାଯାଇଛି । ରାଜ୍ୟର ଖଣିଜ ଉତ୍ପାଦନକୁ ୧୦୦ ମିଲିୟନ ଟନରେ ପହଞ୍ଚାଇବାକୁ ମଧ୍ୟ ଲକ୍ଷ ରଖାଯାଇଛି । ଭିତ୍ତିଭୂମି ବିକାଶ ପ୍ରସଙ୍ଗ କେନ୍ଦ୍ର ଆଗରେ ଉଠାଇବା ପାଇଁ ସେ କେନ୍ଦ୍ର ସଚିବଙ୍କୁ କହିଛନ୍ତି। ଏନେଇ ଇସ୍ପାତ ସଚିବ ବିନୟ କୁମାର ଆଶ୍ୱସନା ମଧ୍ୟ ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.