banner
Breaking

ରାଜ୍ୟ ପାଇଁ ଖୁସି ଖବର।ଆଜି୨୩୭ ଜଣ ସୁସ୍ଥ ହୋଇଛନ୍ତି।

0

ଭୁବନେଶ୍ୱର,୨୦।୬(ଓଡ଼ିଆ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୫୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ କଟକରୁ ୭୦, ଖୋର୍ଦ୍ଧାର ୫୪, ଜଗତ୍‌ସିଂହପୁରର ୨୦, କନ୍ଧମାଳର ୧୯, ଗଞ୍ଜାମ ୧୭, ଭଦ୍ରକ-ମୟୂରଭଞ୍ଜର ୯, କେନ୍ଦୁଝରର ୮, ପୁରୀ-ଢେଙ୍କାନାଳର ୭, କେନ୍ଦ୍ରାପଡ଼ା-ନୟାଗଡ଼ର ୪, କଳାହାଣ୍ଡି-ମାଲକାନଗିରି-ସମ୍ବଲପୁରର ୨, ବୌଦ୍ଧ-ଝାରସୁଗୁଡ଼ା-ସୁନ୍ଦରଗଡ଼ର ଜଣେ ଲେଖାଏ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.