banner
Breaking

ଚନ୍ଦ୍ରଶେଖରପୁରରେ ସିଲ୍ ହେଲା କଲ୍ ସେଣ୍ଟର ଅଫିସ।

0

ଭୁବନେଶ୍ୱର, ୪।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ କଲ ସେଣ୍ଟରକୁ ବିଏମସି ତରଫରୁ ସିଲ୍ କରାଯାଇଛି। ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର କଣ୍ଟ୍ରାକ୍ଟ ଷ୍ଟ୍ରେଚି° ଆଧାରରେ ସ°କ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସିଲ୍ କରାଯାଇଛି ବୋଲି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟି କହିଛନ୍ତି। ଏଥିପାଇଁ ଭୟ କରିବାର କୌଣସି କାରଣ ନାହିଁ। ବିଏମସି ତରଫରୁ ଫେରୁଥିବା ପ୍ରବାସୀ ଓ ସ°କ୍ରମଣ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସରକାରଙ୍କ ନିୟମ ମାନିବା ସହିତ ସାମାଜିକ ଦୂରତା ବଜାୟରଖି ମାସ୍କ ପିନ୍ଧିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ
ଭୁବନେଶ୍ୱରରେ ଆଜି ୪ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଳିଙ୍ଗ ବିହାର ଅଞ୍ଚଳର। ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଭଳି ଅନ୍ୟ ୩ ସଂକ୍ରମିତ ଲୋକାଲ କେସ୍‌ ଜଣାପଡ଼ିଛି। ଏମ୍ସର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଆଇଗିଣିଆ ଓ ଡୁମୁଡ଼ୁମାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ପ୍ରକାଶ ଯେ, ପୂର୍ବାହ୍ନରେ ୯୦ ନୂଆ ପଜିଟିଭ୍‌ ଚିହ୍ନଟ ହେବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିରେ ଖୋର୍ଦ୍ଧାର ୨୫ଜଣ ରହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.