banner
Breaking

ବଦଳିଲା ପାର୍କ ଖୋଲିବା ସମୟ। ୬୦ ରୁ ଉର୍ଦ୍ଧ୍ବଙ୍କୁ ପାର୍କ ମନା।

0

ଭୁବନେଶ୍ଵର : ଭୁବନେଶ୍ଵର ମହାନଗର ନିଗମ ଆଜି ରାଜଧାନୀରେ ଥିବା ସମସ୍ତ ପାର୍କର ସମୟରେ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ସରକାରଙ୍କ ୫.୦ ଲକ୍ ଡାଉନ ନିୟମ ଅଧିନରେ ବିଏମସି ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ସକାଳ ୫ଟାରୁ ୧୦ଟା ଏବଂ ଅପରାହଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ପାର୍କ ଖୋଲାରହିବ। ତେବେ ସଟଡାଉନ୍ ହେତୁ ପ୍ରତି ଶନିବାର ଓ ରବିବାର ପାର୍କ ସମ୍ପୂର୍ଣ୍ଣ ବନ୍ଦ ରହିବ। ସୋମବାରରୁ ଶୁକ୍ରବାର ସକାଳ ୫ଟାରୁ ଦିନ ୧୦ଟା ଓ ଅପରାହଣ ୪ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଲୋକମାନେ ପାର୍କ ଯିବା ଆସିବା କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।ତେବେ ସୋମବାରରୁ ଶୁକ୍ରବାର ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କେବଳ ବୟସ୍କ ଲୋକ ପାର୍କକୁ ଯାଇପାରିବେ । ସେମାନଙ୍କ ବ୍ୟତୀତ ଅନ୍ୟ କାହାକୁ ସେହି ସମୟ ମଧ୍ୟରେ ପାର୍କ ଭିତରକୁ ଛଡାଯିବନାହିଁ । ସେହିଭଳି ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଅନ୍ୟମାନଙ୍କ ପାଇଁ ପାର୍କ ଖୋଲା ରହିବ । ଏହି ସମୟରେ ବୟସ୍କ ଲୋକମାନେ ପାର୍କ ଯାଇପାରିବେ ନାହିଁ । ଏହପରେ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ମଧ୍ୟ ପାର୍କ ଖୋଲା ରହିବ । ଏହି ସମୟରେ ମଧ୍ୟ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକଙ୍କୁ ପାର୍କକୁ ଛଡା ଯିବ ନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.