banner
Breaking

ବିଜେଡିକୁ ଫେରିଲେ ପ୍ରୀତିନନ୍ଦା । ଆରମ୍ଭ କଲେ ସଦସ୍ୟ ସ°ଗ୍ରହ ଅଭିଯାନ।

0

ଭୁବନେଶ୍ୱର,୧୯/୯(ଓଡ଼ିଆ ନ୍ୟୁଜ) ବିଜେଡିକୁ ଫେରିଲେ ପ୍ରୀତିନନ୍ଦା ରାଉତରାୟ । ଗତ ବିଧାନସଭା ନିର୍ବାଚନରେ ପ୍ରୀତିନନ୍ଦା ଇସ୍ତଫା ଦେଇଥିଲେ। ସେହିଦିନଠାରୁ ସେ କୈଣସି ଦଳରେ ସାମିଲ ନହୋଇ ନିରବତା ରକ୍ଷା କରିଥିଲେ।ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ତାଙ୍କୁ ବାନ୍ଧି ରଖିଥିଲା।ଶେଷରେ ସବୁ ଅନ୍ତ ଘଟାଇ ଉତ୍ତର ବିଧାୟକଙ୍କ ସହଯୋଗରେ ଆଜି ବିଦ୍ଧିବଦ୍ଧ ଭାବେ ସାମିଲ ହୋଇ ସଦସ୍ୟତା ଗ୍ରହଣ କରିଛନ୍ତି।ସେପ୍ଟେମ୍ବର ୨ ଠାରୁ ବିଜେଡି ସୁପ୍ରିମୋ ନବୀନ ଦଳର ପ୍ରଥମ ସଦସ୍ୟ ହୋଇ ବିଜୁ ଜନତା ଦଳର ସଦସ୍ୟ ସଂଗ୍ରହ ଅଭିଯାନର ବିଗୁଲ ବଜାଇଥିଲେ। ଆଜି ଉତ୍ତର ଭୁବନେଶ୍ୱରର ୬ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଆନୁଷ୍ଠାନିକ ଭାବେ ଏହି ଅଂଚଳର ପ୍ରଥମ ସଦସ୍ୟ ହୋଇ, ତୃଣମୂଳ ସ୍ତରରେ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି l ଉତ୍ତର ଭୁବନେଶ୍ୱର ବିଧାୟକ ଶ୍ରୀ ସୁଶାନ୍ତ ରାଉତଙ୍କ ଉପସ୍ଥିତିରେ ଶୈଳଶ୍ରୀ ବିହାର, ଶିଶୁ ବିହାର, କୋ-ଅପରେଟିଭ କଲୋନୀ, ଗାୟତ୍ରୀ ବିହାର, ପଦ୍ମାବତୀ ବିହାର, ବଜରଙ୍ଗ ବିହାର, ଶାଶ୍ୱତ ବିହାର ଓ ଅନ୍ୟାନ୍ୟ ଅଂଚଳର ଆଗ୍ରହୀ ବାସିନ୍ଦାମାନେ ଯୋଗଦେଇ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି l ଏହି ସଦସ୍ୟ ସଂଗ୍ରହ ଅଭିଯାନକୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବ୍ୟାପକ କରାଯିବ ବୋଲି ବିଧାୟକ ସୁଶାନ୍ତ ରାଉତ ମତ ଦେଇଛନ୍ତି l

Khansweb Solution Bhubaneswar

Leave A Reply

Your email address will not be published.