banner
Breaking

ରାଜଧାନୀରେ ଅସଦାଚରଣ।ରକ୍ଷକ ସାଜିଲା ଭକ୍ଷକ।

0

ଭୁବନେଶ୍ବର,୨/୬(ବ୍ୟୁରୋ) : ରକ୍ଷକ ସାଜିଛି ଭକ୍ଷକ। ଲୋକମାନଙ୍କୁ ସୁରକ୍ଷା ଦେବାପାଇଁ ନିୟୋଜିତ ପୋଲିସ ରକ୍ଷା କରିବା ପରିବର୍ତ୍ତେ ନିଜେ ଭକ୍ଷକ ପାଲଟି ଯାଉଛି। ଏଭଳି ଘଟଣା ଘଟିଛି ପୁଣି ଖୋଦ ରାଜଧାନୀରେ। ରାଜଧାନୀସ୍ଥିତ ସହିଦନଗର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣ ଯୁବକକୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ ସହିଦନଗର ଅଞ୍ଚଳର ଜଣେ ମହିଳା ସ୍ୱାମୀଙ୍କ ସହ ଝଗଡା ହେବା ପରେ ନ୍ୟାୟ ପାଇଁ ସହିଦନଗର ଥାନାକୁ ଚାଲି ଚାଲି ଯାଉଥିଲେ । ରୂପାଲି ଛକ ନିକଟରେ ଅଟୋ ଭିତରେ ବସିଥିବା କନଷ୍ଟେବଳ ଦଶରଥ ନାୟକ ଓ ତାର ଦୁଇ ସହଯୋଗୀ ମହିଳାଙ୍କୁ ଥାନାରେ ଛାଡି ଦେବାକୁ କହି ସେଠାରୁ ନେଇ ଖଣ୍ଡଗିରି ଅଭିମୁଖେ ପଳାଇଥିଲେ । ମହିଳାଙ୍କୁ ଅଟୋ ଭିତରେ ବୁଲାଇ ବୁଲାଇ ଅସଦରଚରଣ କରିବା ପରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗଣିଆ ଫୁଲେଶ୍ୱରୀ ବସ୍ତି ଭିତରକୁ ନେଇ ଯାଇଥିଲେ। ମହିଳା ଜଣଙ୍କ କୌଶଳ କ୍ରମେ ଅଟୋରୁ ଡେଇଁପଡି ପାଟି କରିବାରୁ ସେଠାରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ପରେ ପିସିଆର ଭ୍ୟାନ୍ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ମାନଙ୍କୁ କାବୁ କରିଥିଲେ। ପରେ ସହିଦନଗର ଥାନା ପୁଲିସ ରିଜର୍ଭର ଚାକିରି କରିଥିବା ଜଣେ କନଷ୍ଟେବଳଙ୍କ ସମେତ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିିଛି । ଗିରଫ କନଷ୍ଟେବଳ ଜଣଙ୍କ ହେଲେ ଫୁଲବାଣୀର ଦଶରଥ ନାୟକ ଓରଫ ଛୋଟୁ ଓ ତାର ଦୁଇ ସହଯୋଗୀ । ଏନେଇ ଜୋନ୍ ଏସିପି ଅନିଲ ମିଶ୍ର କହିଛନ୍ତି ଯେ, ଏଭଳି ଘଟଣା ଅତି ସମ୍ବେଦନଶୀଳ । ଜଣେ କନେଷ୍ଟବଳ ମଦ୍ୟପାନ କରି ଦୁଇ ସେଲୁନ ଦୋକାନୀଙ୍କ ସହ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଛାଡି ଦେବାକୁ କହି ଏଭଳି କାଣ୍ଡ ଭିଆଇବା ଘଟଣାକୁ ଆମେ ଗୁରୁତର ସହ ନେଇଛୁ। ଅଭିଯୁକ୍ତମାନଙ୍କ ଟିଆଇ ପ୍ୟାରେଡ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.