banner
Breaking

ଢାଓ୍ବାରେ ପ୍ରଭୁ ସୋମନାଥଙ୍କ ବିବାହ ଉତ୍ସବ ଓ ସିଡି ଉନ୍ମୋଚନ।

0

ଭୁବନେଶ୍ବର,୨୮।୫ (ଓଡ଼ିଆ ନ୍ୟୁଜ) ଭୁବନେଶ୍ବର ଉପକଣ୍ଠ ଢାୱା ଗ୍ରାମ ସ୍ଥିତ ପ୍ରଶିଦ୍ଧ ସୋମନାଥ ଦେବ ଶୈବ ପିଠରେ ବୁଧବାର ଶୀତଳଷଷ୍ଠୀ ଅବସରରେ ଶିବ ବିବାହ ଉତ୍ସବ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି।
କରୋନା ମହାମାରୀ ପ୍ରଭାବ ଦୃଷ୍ଟିରୁ କୌଣସି ବିଶେଷ ଆଡମ୍ବର କରାନଯାଇ ବିଧିରକ୍ଷା ପୂର୍ବକ ବୈଦିକ ରିତୀନୀତି ଅନୁସାରେ ମନ୍ତ୍ରଧ୍ବନୀରେ ବିବାହ କରାଯାଇଥିଲା। ଏଥିରେ ପଣ୍ଡିତ ଭାବେ ଶ୍ୟାମ ପଣ୍ଡା ଓ ତାଙ୍କର ଜଣେ ସହଯୋଗୀ ବ୍ରାହ୍ମଣ,କନ୍ୟା ପିତା ରୂପେ ଲିଙ୍ଗରାଜ ରାଉତ, ବରପିତା ଭାବେ ଅଶୋକ କୁମାର ସାସମଲ ଓ ଜଣେ ବାରିକଙ୍କୁ ମିଶାଇ ମୋଟ ୫ ଜଣ ବିବାହ ବେଦୀରେ ଉପସ୍ଥିତ ଥିଲେ। ବିବାହ ଶେଷରେ ଉଭୟ ହର ଓ ପାର୍ବତୀଙ୍କ ଚଳନ୍ତି ପ୍ରତିମାକୁ ବେଢା ପରିକ୍ରମା କରାଯାଇଥିଲା।
ଏହି ଅବସରରେ ଜେ.ଏମ୍. ଟ୍ରାଭେଲ୍ସ ଓ ଏସ୍‌.ଏନ୍‌ ନ୍ଯୁଜ୍ ପ୍ରସ୍ତୁତ “ବାବା ସୋମନାଥ ମହିମା” ଭିଡିଓ କ୍ୟାସେଟ ଉନ୍ଲୋଚନ କରାଯାଇଥିଲା।
ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବରରେ ସଂକ୍ଷିପ୍ତ ଅକାରରେ ଶାନ୍ତି ଓ ଶୃଙ୍ଖଳାର ସହିତ ବିବାହ ଉତ୍ସଵ ପାଳିତ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.