banner
Breaking

ଭୁବନେଶ୍ୱରରୁ ଉଡିଲା ବିମାନ।

0

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ଦୀର୍ଘ ଦୁଇମାସ ପରେ ସୋମବାରଠାରୁ ଦେଶର ବିଭିନ୍ନ ରାଜ୍ୟରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିମାନ ଚଳାଚଳ କରିଛି। ପ୍ରଥମେ ଦିଲ୍ଲୀରୁ ଭିସ୍ତାରା (ୟୁକେ୭୮୫) ବିମାନ ୭୦ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରେ ସକାଳ ୯ଟା ୫ରେ ଅବତରଣ କରିଥିଲା। ଏହାପରେ ଏଠାରୁ ୬୪ଯାତ୍ରୀଙ୍କୁ ନେଇ ବିମାନଟି ପୁଣି ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିଲା। ସେହିପରି ସନ୍ଧ୍ୟାରେ ଦିଲ୍ଲୀରୁ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଏବଂ ବାଙ୍ଗାଲୋରରୁ ଏୟାର ଏସିଆ ଓ ଇଣ୍ଡିଗୋର ମୋଟ ୪ଟି ବିମାନ ଆସିଥିଲା। ସେପଟେ ପ୍ରଥମ ଦିନରେ ଭୁବନେଶ୍ୱରକୁ ଆସିବାକୁ ଥିବା ୫ଟି ବିମାନ ବାତିଲ ହୋଇଥିଲା। ହାଇଦ୍ରାବାଦ୍‌, ଝାରସୁଗୁଡ଼ା, କୋଲକାତା, ଚେନ୍ନାଇ ଓ ବମ୍ବେ ଆଦି ୪ ସହରରୁ ଆସିବାକୁ ଥିବା ସମସ୍ତ ବିମାନ ବାତିଲ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.