ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ଦୀର୍ଘ ଦୁଇମାସ ପରେ ସୋମବାରଠାରୁ ଦେଶର ବିଭିନ୍ନ ରାଜ୍ୟରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିମାନ ଚଳାଚଳ କରିଛି। ପ୍ରଥମେ ଦିଲ୍ଲୀରୁ ଭିସ୍ତାରା (ୟୁକେ୭୮୫) ବିମାନ ୭୦ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରେ ସକାଳ ୯ଟା ୫ରେ ଅବତରଣ କରିଥିଲା। ଏହାପରେ ଏଠାରୁ ୬୪ଯାତ୍ରୀଙ୍କୁ ନେଇ ବିମାନଟି ପୁଣି ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିଲା। ସେହିପରି ସନ୍ଧ୍ୟାରେ ଦିଲ୍ଲୀରୁ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଏବଂ ବାଙ୍ଗାଲୋରରୁ ଏୟାର ଏସିଆ ଓ ଇଣ୍ଡିଗୋର ମୋଟ ୪ଟି ବିମାନ ଆସିଥିଲା। ସେପଟେ ପ୍ରଥମ ଦିନରେ ଭୁବନେଶ୍ୱରକୁ ଆସିବାକୁ ଥିବା ୫ଟି ବିମାନ ବାତିଲ ହୋଇଥିଲା। ହାଇଦ୍ରାବାଦ୍, ଝାରସୁଗୁଡ଼ା, କୋଲକାତା, ଚେନ୍ନାଇ ଓ ବମ୍ବେ ଆଦି ୪ ସହରରୁ ଆସିବାକୁ ଥିବା ସମସ୍ତ ବିମାନ ବାତିଲ ହୋଇଥିଲା।
Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
