banner
Breaking

ଭୁବନେଶ୍ୱର ଉପକଣ୍ଠରେ ଜଣେ କରୋନା ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତ ଜଣକ ଗ୍ୟାସ କର୍ମଚାରୀ।

0

ଭୁବନେଶ୍ୱର,୨୩/୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଉପକଣ୍ଠ ରେ ପହଞ୍ଚିଲା କରୋନା। ଉତ୍ତର ଭୁବନେଶ୍ୱର ପାଞ୍ଚ ପଞ୍ଚାୟତର କଲ୍ୟାଣ ପୁର ପଞ୍ଚାୟତ ଅନ୍ତର୍ଗତ କଳାଝରି ଗ୍ରାମରେ ଥିବା ଏକ ଗ୍ୟାସ ଏଜେନ୍ସିର ଡିପୋରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ,ସରପଞ୍ଚଙ୍କ ସହଯୋଗରେ ଗ୍ରାମବାସୀ ମିଶି ଦୁଇଟି ଗ୍ରାମ ସିଲ୍ କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯିବା ସହ ଉତେଜନା ପ୍ରକାଶ ପାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ସହିତ ଆକ୍ରାନ୍ତଙ୍କ ସହିତ କାମ କରୁଥିବା ଅନ୍ୟ ସାତ ଜଣଙ୍କୁ ଡିପୋରେ କ୍ବାରେଣ୍ଟାଇନରେ ରଖାଯାଇଛି। ଲୋକଙ୍କ କହିବା କଥା ହେଉଛି ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ରଖା ନଯାଇ କାହିଁକି ଏଠାରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବା ସହ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦିଆଯାଇଛି। ପ୍ରକାଶ ଥାଉକି ଭୁବନେଶ୍ବରରେ ପ୍ରଥମେ ପୋଷ୍ଟମ୍ୟାନ ତାପରେ ଡେଲିଭରି ବୟ କରୋନା ଚିହ୍ନଟ ହୋଇଥିଲାବେଳେ ବର୍ତ୍ତମାନ ଗ୍ୟାସ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ଯାହା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଖଲି ସେତିକି ନୁହେଁ ଉକ୍ତ ଗ୍ୟାସ ଏଜେନ୍ସିର ଅଫିସ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର,ଶୈଳଶ୍ରୀବିହାର ଭଳି ଜନବହୁଳ ଅଞ୍ଚଳରେ ରହିଛି। ସେଠାରେ ମଧ୍ୟ ବହୁ ଲୋକଙ୍କୁ ଗ୍ୟାସ ବିତରଣ କରାଯାଇଛି। ଗ୍ୟାସ ଡିପୋକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିଲାବେଳେ ଅଫିସକୁ ସିଲ କରାଯାଇନାହିଁ । ଯେଉଁଥିପାଇଁ ଚିନ୍ତାର କାରଣ ବଢିଯାଇଛି। ଏନେଇ ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଉକ୍ତ ଅଫିସକୁ ବନ୍ଦ କରାଯିବା ସହ ତୀକ୍ଷ୍ଣ ନଜର ରଖାଯାଇଛି।
ସୂଚନାଯୋଗ୍ୟ ପାଞ୍ଚ ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର କଳାଝରୀ ଗ୍ରାମରେ ଏକ ଗ୍ୟାସ ଡିପୋରେ ଉକ୍ତ ବ୍ୟକ୍ତି ଜଣକ ଦୀର୍ଘଦିନ ଧରି କାମକରି ଆସୁଥିଲେ। ସେ ସାବିତ୍ରୀ ପାଇଁ ନିଜଘର ନୟାଗଡ଼ ଯିବାକୁ ଘର ଲୋକଙ୍କ ସହିତ କଥା ହୋଇ ସରପଞ୍ଚଙ୍କ ପରାମର୍ଶ ନେବାକୁ କହିଥିଲେ। ସେଠାକାର ସରପଞ୍ଚ କହିଥିଲେ କୋଭିଡ ଟେଷ୍ଟ କରି ଆସନ୍ତୁ ନଚେତ ସଙ୍ଗରୋଧ କେନ୍ଦ୍ରରେ ରହିବେ। ଉକ୍ତ ବ୍ୟକ୍ତି ଜଣକ ଟେଷ୍ଟ କରିବାରୁ ପଜିଟିଭ୍ ବାହାରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.