banner
Breaking

ରୋଗକୁ ଘୃଣା କର ରୋଗୀକୁ ନୁହେଁ। ଚନ୍ଦ୍ରଶେଖରପୁରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ ।

0

ଭୁବନେଶ୍ୱର, ୧୯/୫(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ସାମାଜିକ ଦୂରତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଯୁବ ସମାଜସେବୀ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ଉତ୍ତରୀୟ ଓ ପୁଷ୍ପ ଦେଇ ସମ୍ମାନୀତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ଦେବୀ ପ୍ରଶନ୍ନ ସାହୁ କହିଥିଲେ ରୋଗକୁ ଘୃଣାକର କିନ୍ତୁ ରୋଗୀକୁ ନୁହେଁ । କରୋନା ପାଇଁ ଭୟଭୀତ ହୁଅନ୍ତୁ ନାହିଁ । ଏହା ଆଗରୁ ଆମ ଦେହରେ ଥିଲା ଓ ପରେ ମଧ୍ୟ ରହିବ । କେବଳ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କଲେ କରୋନା ଆମ୍ଭମାନଙ୍କୁ ସ୍ପର୍ଶ କରି ପାରିବ ନାହିଁ । ସମସ୍ତେ ସଚେତନ ହେବା ଆବଶ୍ୟକ ।


ଅନ୍ୟମାନଙ୍କ ମଧ୍ୟରେ ସହରାଳ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ପରିଚାଳକ ହେମନ୍ତ ଜେନା ଯୋଗଦେଇ ଆଶାକର୍ମୀ ଓ ନର୍ସମାନଙ୍କୁ ପ୍ରଶଂସା କରିବା ସହିତ ସମାଜସେବୀ ମନୋଜ ସାହଙ୍କୁୁ ଷାଠିଏ ଦିନର ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ଜଣାଇଥିଲେ ।

ଅନ୍ୟତମ ଅତିଥି ଭାବେ ସମାଜସେବୀ ତଥା ସାମ୍ବାଦିକ ସୁକାନ୍ତ ରାଉତ ଯୋଗଦେଇ ଯୁବ ସମାଜସେବୀ ମାନଙ୍କ ଷାଠିଏ ଦିନର ସେବାକର୍ମ ଯଥା ରୋଷେଇ କରି ଗାଇଗୋରୁ,ବୁଲାକୁକୁର ମାନଙ୍କୁ ଖାଇବାକୁ ଦେବା। ମନୋଜ ସାହୁଙ୍କ ସହିତ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ଇତ୍ୟାଦି କାର୍ଯ୍ୟକ୍ରମକୁ ପ୍ରଶ°ସା କରିବା ସହିତ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.