banner
Breaking

୧୧କେଭି ବିଦ୍ୟୁତ ତାର ସ°ସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ୍ୟୁ ଜଣେ ଆହତ।

0

ଭୁବନେଶ୍ୱର,୧୬/୯(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଥାନା ଅର୍ନ୍ତଗତ ହାଉସି°ବୋର୍ଡ କଲୋନିରେ ଛାତ ଉପରେ କାମକରୁଥିବା ସମୟରେ ୧୧କେଭି ବିଦ୍ୟୁତ ତାର ସ°ସ୍ପର୍ଶ ରେ ଆସି ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ହାଉସି°ବୋର୍ଡ କଲୋନି କେ/୧୮ ଗୃହର ଦୁଇ ମହଲା ଛାତ ଉପରେ କାମ ଚାଲିଥିଲା। ଡିଷ୍ଟ୍ରିଟ ସେଣ୍ଟର ପାଣିଟାଙ୍କି ବସ୍ରିର ମଙ୍ଗଳ ଦିଗି ଓ ଦିଲୁ ସୋରେନ କାମ କରୁଥିବା ସମୟରେ ଅସାବଧାନତା ହେତୁ ଏକ ଲୁହା ପାଇପ ୧୧ କେଭି ବିଦ୍ୟୁତରେ ଲାଗି ଯିବାରୁ ଘଟଣା ସ୍ଥଳରେ ଦିଲୁ ସୋରେନ ଟଳି ପଡିଥିଲେ। ତାଙ୍କୁ ଉଦ୍ଧାର କରିବାକୁଯାଇ ମଙ୍ଗଳ ଦିଗି ଆହତ ହୋଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଛାତରୁ ତଳକୁ ଓହ୍ଲାଇବା ସହିତ ୧୦୮ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଥିଲା ସେଠାରେ ଦିଲୁ ସୋରେନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମଙ୍ଗଳ ଦିଗିଙ୍କ ଡାହାଣ ହାତ ପାପୁଲି ପୋଡି ଯାଇଛି। ସେ ଚିକିତ୍ସାଧୀନ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.