banner
Breaking

ଏଲପି ଟିମ୍ ପକ୍ଷରୁ ମନ୍ଦିର ପୂଜକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ।

0

ଭୁବନେଶ୍ୱର, ୧୫/୫(ଓଡ଼ିଆ ନ୍ୟୁଜ): ମଣିଷ ଦୁଃଖ କଷ୍ଟରେ ପଡିଲେ ଦୈାଡିଯାଏ ମନ୍ଦିରକୁ ଭଗବାନଙ୍କୁ ଗୁହାରୀ କରିବାକୁ । ସେଠାର ପୂଜକଟିଏ ମନ୍ତ୍ର ପଢ଼ି ମୁଣ୍ଡରେ ହାତ ଥୋଇ ଆଶୀର୍ବାଦ କରିଥାଏ । ଆମର ଦୁଃଖ ଲାଘବ ହୋଇଥାଏ । ଭକ୍ତମାନେ ଦେଉଥିବା ଦକ୍ଷିଣା ପୂଜକ ମାନଙ୍କର ସମ୍ପତ୍ତି। ଆଜି କରୋନା ଭୟରେ ମନ୍ଦିର ଶୁନ୍‌ଶାନ୍ । ଭକ୍ତମାନେ ଆସୁନାହାଁନ୍ତି । ପୂଜକମାନଙ୍କର ପରିବାର ଘୋର ବିପତ୍ତିରେ ପଡିଛନ୍ତି । ସେହି ଅବସରରେ ଆଜି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ୍‌.ପି.ଟିମ୍ ପକ୍ଷରୁ ଚାଉଳ, ଚୁଡା, ଚିନି, ଡାଲି, ବିସ୍କୁଟ, ତଡକା, ଅଟା, ଆଳୁ ତଥା ଅନ୍ୟାନ୍ୟ ପନିପରିବା ଇତ୍ୟାଦି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଂଚର ସଭାପତି ମଧୁମାଧବ ଜେନା, ଆଇନଜୀବି ସମରେନ୍ଦ୍ର ସାହୁ, ବିଜୟ ପାତ୍ର, ସମାଜସେବୀ ଇ. ଦିଲ୍ଲୀପ ସାହୁ, ରାଜକିଶୋର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଏଲ୍‌.ପି.ଟିମ୍ ର ସଭାପତି ରମାକାନ୍ତ ସ୍ୱାଇଁ, ଉପସଭାପତି ପ୍ରଦୀପ ଦାସ, ସଂପାଦକ ଅନିରୁଦ୍ଧ ଲେଙ୍କା, ବରୁଣ ପୋଥାଳ, ଅମିତ୍ ଚୈାଧୁରୀ, ହିମାଂଶୁ ନାୟକ, ଶାନ୍ତନୁ କୁମାର ବିଶ୍ୱାଳ ଙ୍କ ସହଯୋଗରେ ବିଭିନ୍ନ ମନ୍ଦିର ବୁଲି ପୂଜକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.