banner
Breaking

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ। ବିଏମସି କର୍ମଚାରୀଙ୍କୁ ମାସ୍କ ଓ ଖାଦ୍ୟ ବଣ୍ଟନ।

0

ଭୁବନେଶ୍ୱର,୧୫/୫(ଓଡ଼ିଆ ନ୍ୟୁଜ) : କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ବୋଲି ଭୈାମନଗର ହାଟ ମହାସଂଘର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି ।


ଆଜି ୟୁନିଟ୍‌-୪, ମାର୍କେଟ ଭୈାମନଗର ହାଟ ମହାସଂଘ ତରଫରୁ ସଂଘ କାର୍ଯ୍ୟାଳୟ ଠାରେ କରୋନା ଯୋଦ୍ଧା ସମ୍ମାନ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ କରୋନା ଯୁଦ୍ଧରେ ପ୍ରମୁଖ ଅସ୍ତ୍ର ଭାବେ ଠିଆ ହୋଇଥିବା ଗଣମାଧ୍ୟମ ଜରିଆରେ ଲୋକମାନଙ୍କ ପାଖରେ ସଠିକ୍ ଖବର ପହଞ୍ଚାଇବା ସହିତ ସଚେତନତା ଓ ସତର୍କ ସୃଷ୍ଟି କରୁଥିବା ସାମ୍ବାଦିକ ବନ୍ଧୁମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।


ଏଥିରେ ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମର ପ୍ରତିନିଧି କ୍ଷୀରୋଦ ବେହେରା, ଚକ୍ରଧର ମାଝୀ, ଅଶୋକ ମହାନ୍ତି, ରାକେଶ ମହାନ୍ତି, ସୁକାନ୍ତ ରାଉତ,ପ୍ରମୋଦ ନାୟକ ଓ ଅନ୍ୟାମାନେ ଉପସ୍ଥିତ ଥିଲେ ।

ସେହିପରି ମହାମାରୀ ସମୟରେ ବାହାରେ ସଫେଇ କାର୍ଯ୍ୟ କରୁଥିବା ୱାର୍ଡ଼ ନଂ -୩୬ର ବିଏମ୍‌ସି କର୍ମଚାରୀ ମାନଙ୍କୁ ମାସ୍କ ଓ ଖାଦ୍ୟପଦାର୍ଥ ବଣ୍ଟନ କରାଯାଇଥିଲା । ସଂଘର ସାଧାରଣ ସଂପାଦକ ଯଥା ଜଣାଶୁଣା ସମାଜସେବୀ ବଦ୍ରିନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ପଦ୍ମନାଭ ପ୍ରଧାନ, ଉପସଭାପତି ସରୋଜ କୁମାର ରାଉତ, ବରିଷ୍ଠ ବ୍ୟବସାୟୀ ବନମାଳୀ ସାହୁ, ପ୍ରବୀର କୁମାର ବାରିକ ଓ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ସମ୍ମାନୀତ କରିଥିଲେ । ସଂଘର ସଭ୍ୟମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.