banner
Breaking

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ।

0

ଭୁବନେଶ୍ୱର,୧୩/୫(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ମୁଣ୍ଡ ଗଡି ଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଶ୍ବର ସବୁ ଜ୍ଞନକୌଶଳ ଫେଲ ମାରିଛି। ଏହାରି ଭିତରେ ନିଜ ଜୀବନକୁ ବାଜି ଲଗାଇ କରୋନା ସଚେତନତା ବାର୍ତ୍ତା ବାଣ୍ଟିବା ଓ ଜନସାଧାରଣଙ୍କ ପାଖରେ ଟିକିନିଖି ଖବର ପହଞ୍ଚାଇବାର ପ୍ରମୁଖ ଭୂମିକା ନିଭାଉଥିବା ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଛି ଡିଷ୍ଟ୍ରିଟ ସେଣ୍ଟର ଓନରସ୍ ଆସୋସିଏସନ।


ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଭିନ୍ନ ବୈଦୁତିକ ଓ ମୁଦ୍ରିତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଉତ୍ତରୀୟ ପକାଇ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ ଗୌରୀ ପ୍ରସାଦ ମହାନ୍ତି,ଅସମାପୀକା ସାହୁ, ଟୁଲୁ ପାତ୍ର, କିଶୋର ସାହୁ ଓ ଅର୍ଜୁନ ସାହୁ। ଏହି କାର୍ଯ୍ୟକ୍ରମରେ ଆସୋସିଏସନର ଉପଦେଷ୍ଟା ଦାମୋଦର ପ୍ରଧାନୀ,ସଭାପତି ପ୍ରକାଶ ଚନ୍ଦ୍ର ବିଜୁଳି, ସମ୍ପାଦକ ସରୋଜ କାନ୍ତ ମଲ୍ଲିକ, କୋଷାଧ୍ୟକ୍ଷ ଅଭୟ କୁମାର ନାୟାର ଓ କର୍ମକର୍ତ୍ତା ପ୍ରଶାନ୍ତ କୁମାର ପରିଡା, ସୁକାନ୍ତ ଭୂୟାଁ, ରମେଶ ଚନ୍ଦ୍ର ବାରିକ, ବିଜୟ ରାଉତ, ରବିନ୍ଦ୍ର ରାଉତ ବୈଷ୍ଣବ ଦେଓ,ରବିନ୍ଦ୍ର କୁମାର ପାଣି ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମହତ କାର୍ଯ୍ୟକୁ ପ୍ରଶ°ସା କରିଥିଲେ।


ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ କୋଡିଏ ହଜାର ଟଙ୍କା କରୋନା ମୁକାବିଲା ପାଇଁ ଶ୍ରୀଯୁକ୍ତ ସୀତାଂଶୁ କୁମାର ରାଉତ, ଜିଲ୍ଲାପାଳ, ଖୋର୍ଦ୍ଧା ଙ୍କ ଜରିଆରେ ପ୍ରଦାନ କରାଯାଇଛି।


ଏଥି ସହିତ ମଧ୍ୟ ଅସହାୟ ଓ ଗରିବ ଲୋକ ମାନଙ୍କୁ ତଥା କରୋନା ଯୋଦ୍ଧା ସଫେଇ କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ବିଭିନ୍ନ ସମୟରେ ମଧ୍ୟ ପ୍ରଦାନ କରାଯାଇଅଛି ବୋଲି ସମ୍ପାଦକ ସରୋଜ କାନ୍ତ ମଲ୍ଲିକ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.