banner
Breaking

ବରିଷ୍ଠ ନାଗରିକ ମଞ୍ଚ ସ°କଳ୍ପ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ।

0

ଭୁବନେଶ୍ୱର, ୧୧/୫ (ଓଡ଼ିଆ ନ୍ୟୁଜ): କରୋନାକୁ ରୋକିବା ପାଇଁ ଲକଡାଉନ୍ ହେଉଛି ଏକମାତ୍ର ଅସ୍ତ୍ର। ଯାହା ୫୦ ଦିନ ଧରି ଚାଲୁରହିଛି।ଏହା ଫଳରେ ଗରିବ ଓ ଖଟିଖିଆଙ୍କ ଜୀବନ ଜୀବିକା ଉଜୁଡି ଯାଇଛି। କିଏ ଅନାହାରରେ ଦିନ କାଟୁଛିତ କିଏ ଖାଦ୍ୟ ମୁଠାଏ ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛି। ଏହି ମହାବିପତ୍ତି ସମୟରେ ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇଥିବା ଗରିବ ନିସହାୟ ମାନଙ୍କୁ ସାହାଯ୍ୟର ହାତ ବଢାଇଛି ବରିଷ୍ଠ ନାଗରିକ ମଞ୍ଚ ସ°କଳ୍ପ।


ଆଜି ବିଶିଷ୍ଟ ସମାଜସେବୀ ଇ° ଦିଲ୍ଲୀପ ସାହୁଙ୍କ ସୁପରିଚାଳନା ଓ ମଞ୍ଚର ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାନ୍ତିଙ୍କ ନେତୃତ୍ବରେ ଶୈଳଶ୍ରୀବିହାର ଠାରେ ଶୈଳଶ୍ରୀବିହାର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୫୦ ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବ ରଞ୍ଜନ ନାୟକ, ବରିଷ୍ଠ ନାଗରିକ ମହାସଂଘ ର ସଭାପତି ତଥା ବରିଷ୍ଠ ଆଇନଜୀବୀ ମଧୁ ମାଧବ ଜେନା ଓ ଆଇନଜୀବୀ ସମରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ପ୍ରଶ°ସା କରିବା ସହିତ ଖାଦ୍ୟ ବଣ୍ଟନ କରିଥିଲେ। ଏଥିରେ ମଞ୍ଚର କାର୍ଯ୍ୟକର୍ତ୍ତା ନିଧି ସେନାପତି, ଜୟନ୍ତ କୁମାର ରଥ,ରଜନୀ ପାଢ଼ୀ, ଦୟାନିଧି ପୃଷ୍ଟି, ଅକ୍ଷୟ ନାୟକ, ଶୁଭକାନ୍ତ ଦାସ,ବିଜୟ କୁମାର ସାହୁ, ରବି ନାରାୟଣ ସେନାପତି, ପ୍ରମୋଦ କୁମାର ଚୌଧୁରୀ, କୈଳାସ ଚନ୍ଦ୍ର ରାଉତ ଓ ବସନ୍ତ ମଞ୍ଜରୀ ସାହୁ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.