banner
Breaking

ବିପଦରେ ଚନ୍ଦ୍ରଶେଖରପୁର ଅଞ୍ଚଳ।

0

ଭୁବନେଶ୍ୱର, ୭/୫(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱରର ବୃହତ୍ତମ ଅଞ୍ଚଳ ଚନ୍ଦ୍ରଶେଖରପୁରକୁ କରୋନା ବିପଦ ମାଡି ଆସୁଛି।କାରଣ ବହୁ କଲିକତା ଫେରନ୍ତା ଓ ହଟସ୍ପଟ ଅଞ୍ଚଳର ଲୋକ ଚନ୍ଦ୍ରଶେଖରପୁରର ବିଭିନ୍ନ ଅଞ୍ଚଳରେ ପହଞ୍ଚି ବିନଦାସରେ ବୁଲାବୁଲି କରୁଛନ୍ତି। ସୁଚନା ଅନୁସାରେ ନୀଳାଦ୍ରିବିହାର ଶୈଳଶ୍ରୀବିହାର,ପଟିଆ ଓ ଏହାର ଆଖପାଖ ଅଞ୍ଚଳରେ ଭଦ୍ରକ,ବାଲେଶ୍ବର ଓ କଲିକତାରୁ ଆସିଥିବା ଲୋକମାନେ ଘରେ ନରହି ବାହାରେ ବୁଲୁଛନ୍ତି।ଏନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଲ ମିଳିନାହିଁ। ଫଳରେ ସାଧାରଣ ଲୋକ ଭୟ ଭିତରେ ଦିନ କାଟୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ନୋଲୋକ ଛକ ଓ ଶିଖରଚଣ୍ଡି ପାଖରେ ଦୁଇଟି ଚେକପୋଷ୍ଟ ଏମାନେ କଲୋନୀ ଭିତରକୁ ପସୁଛନ୍ତି କେମିତି?ପୋଲିସ ପେଟ୍ରୋଲିଙ୍ଗ ହେଉଛି ନା ନାହିଁ? ବାହାରୁ ଆସୁଥିବା ଲୋକଙ୍କ ଭିତରୁ କରୋନା ପଜିଟିଭ୍ ନ ବହାରିବ ବୋଲି କହିହେବକି? ଏହିଭଳି ଆନେକ ପ୍ରଶ୍ନ ଲୋକମାନଙ୍କ ମନରେ ଉଙ୍କି ମାରୁଛି।

Khansweb Solution Bhubaneswar

Leave A Reply

Your email address will not be published.