banner
Breaking

ଭୁବନେଶ୍ୱର ରୋଗୀ ମୃତ୍ୟୁ ଘଟଣାର ସ୍ପଷ୍ଟୀକରଣ ରଖିଲା ହସ୍ପିଟାଲ।

0

ଭୁବନେଶ୍ୱର,୫/୫(ଓଡ଼ିଆ ନ୍ୟୁଜ) : ରୋଗୀ ମୃତ୍ୟୁ ଘଟଣାର ସ୍ପଷ୍ଟୀକରଣ ରଖିଛି ସ୍ପର୍ଶ ହସ୍ପିଟାଲ। କିଛି ଦିନ ତଳେ ଭୁବନେଶ୍ୱରରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ନାଁରେ ଅଭିଯୋଗ ହୋଇଥିଲା। ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ଅଣଦେଖା କରିବା ନେଇ ଅଭିଯୋଗ ଆଣିଥିଲେ ମୃତକଙ୍କ ପରିବାର। ତେବେ ଏହି ସସ୍‌ପେନ୍ସ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ପର୍ଶ ହସ୍ପିଟାଲ କର୍ତ୍ତୃପକ୍ଷ। ରୋଗୀ ଜଣଙ୍କ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ, ଲକ୍ଷଣ ଜଣାପଡିବା ପରେ ତାଙ୍କୁ ଉପଯୁକ୍ତ ପରୀକ୍ଷା କରାଯାଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନା ଥାଉକି ଏପ୍ରିଲ ୨୭ରେ ଭୁବନେଶ୍ୱର ରସୁଲଗଡ଼ ନିକଟସ୍ଥ ବାସୁଦେବନଗରରେ ଡାଇବେଟିସ୍ ପୀଡ଼ିତ ବୃଦ୍ଧ ରବୀନ୍ଦ୍ର ନାୟକ ଅସୁସ୍ଥ ହୋଇପଡ଼ିଥିଲେ। ହଠାତ୍ ରାତିରେ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକେ ପ୍ରଥମେ ଭୁବନେଶ୍ୱର ସନ୍‌ସାଇନ ହସ୍ପିଟାଲକୁ  ନେଇଥିଲେ। ହେଲେ ସେଠାରେ ତାଙ୍କୁ ଭର୍ତ୍ତି କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରିବାରୁ ସ୍ପର୍ଶ ହସ୍‌ପିଟାଲକୁ ନେଇଥିଲେ।  ସେଠାରେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ରବୀନ୍ଦ୍ରଙ୍କ ଝିଅ ଅଭିଯୋଗ କରିଥିଲେ।  ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ପର୍ଶ ହସ୍ପିଟାଲ କର୍ତ୍ତୃପକ୍ଷ। ସେ କହିଛନ୍ତି ଯେ, ସମ୍ପୃକ୍ତ ରୋଗୀ ରବୀନ୍ଦ୍ର ନାୟକ ୨୭ ଏପ୍ରିଲରେ ମଧ୍ୟରାତ୍ରରେ ହସ୍ପିଟାଲକୁ ଆସିଥିଲେ। ରୋଗୀର ସ୍ୱାସ୍ଥ୍ୟଜନିତ ବିବରଣୀରୁ ସେ ମଧୁମେହ, ଉଚ୍ଚରକ୍ତଚାପ ଓ ଥାଇରଏଡ ଜନିତ ରୋଗରେ ଚିକିତ୍ସାଧୀନ ଥିଲେ।  ତାଙ୍କୁ ଦୁଇ ଥର ଇସିଜି ପରୀକ୍ଷା କରାଯିବା ପରେ ହୃଦରୋଗର ଲକ୍ଷଣ ଜଣାପଡ଼ିଥିଲା। ଏନେଇ ତାଙ୍କୁ ହୃଦରୋଗ ଚିକିତ୍ସା ସୁବିଧା ଥିବା ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ସମୟରେ ଦୁର୍ଭାଗ୍ୟବଶତଃ ତାଙ୍କର ମୃତ୍ୟୁ ହୋଇଥିଲା ସ୍ପର୍ଶ ହସ୍ପିଟାଲରେ ତାଙ୍କର ଚିକିତ୍ସାରେ କୌଣସି ଅବହେଳା କରାଯାଇ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.