banner
Breaking

ଛାତରୁ ପଡି ମୃତ୍ୟୁ।

0

ଭୁବନେଶ୍ୱର,୪।୫(ବ୍ୟୁରୋ): ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ଚନ୍ଦ୍ରମା ଆପାଟମେଣ୍ଟର ୮ ମହଲାରୁ ଡେଇଁ ସୋମବାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିୟୁସି ମୋହନ ମିଶ୍ର(୫୬)।
ମିଳିଥିବା ସୂଚନାନୁଯାୟୀ, ପିୟୁସି ଖାରବେଳନଗର ଥାନା ଅଞ୍ଚଳରେ ରହୁଥିଲେ। ତେବେ କୌଣସି କାରଣକୁ ନେଇ ସେ ଗତ କିଛିଦିନ ହେଲା ମାନସିକ ଚାପରେ ରହୁଥିଲେ। ଏପରିକି ସେ ଡାକ୍ତରଙ୍କ ପରାମର୍ଶକ୍ରମେ ମେଡିସିନ ମଧ୍ୟ ଖାଉଥିଲେ। ମାତ୍ର ତାଙ୍କର ମାନସିକ ସ୍ଥିତି ସୁଧୁରି ନ ଥିଲା। ସୋମବାର ସକାଳେ ସେ ଚନ୍ଦ୍ରମା ଆପାଟମେଣ୍ଟରେ ରହୁଥିବା ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ୮ ମହଲାରେ ଥିବା ଶ୍ୱଶୁର ଘର ଭିତରକୁ ନ ଯାଇ ବାହାରୁ ସେ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଖାରବେଳନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି।

Khansweb Solution Bhubaneswar

Leave A Reply

Your email address will not be published.